‘ମେଁ ଅଟଲ ହୁଁ’: ପଙ୍କଜ ତ୍ରିପାଠୀଙ୍କ ଫାଷ୍ଟ ଲୁକ୍ ରିଲିଜ୍
25/12/2022 at 8:03 PM

ନୂଆଦିଲ୍ଲୀ ୨୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀର ବିଶେଷ ଅବସରରେ ରବିବାର ଭାନୁଶାଲୀ ଷ୍ଟୁଡିଓଜ ଲିମିଟେଡ ଓ ଲିଜେଣ୍ଡ ଷ୍ଟୁଡିଓଜ୍ ଙ୍କ ଫିଲ୍ମ ‘ ମେଁ ଅଟଲ ହୁଁ ’ରେ ଅଟଳଜୀଙ୍କ ଭୂମିକାରେ ପଙ୍କଜ ତ୍ରିପାଠୀଙ୍କ ଫାଷ୍ଟ ଲୁକ୍ ରିଲିଜ କରାଯାଇଛି। ଫିଲ୍ମ ‘ମେଁ ଅଟଲ ହୁଁ’ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଜୀବନୀ ଉପରେ ଆଧାରିତ ହେବ। ଯିଏ ଜଣେ କବି, ରାଜନେତା ଓ ମାନବବାଦୀ ମଧ୍ୟ ଥିଲେ।

ଫିଲ୍ମ ପାଇଁ ନିର୍ମାତା ପଙ୍କଜ ତ୍ରିପାଠୀଙ୍କୁ ଅଭିନେତା ଘୋଷଣା ପରଠାରୁ ଲୋକେ ପଙ୍କଜଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ରୂପରେ ଦେଖିବା ପାଇଁ ଅପେକ୍ଷା କରି ରହିଥିଲେ। ଲୋକଙ୍କ ଅପେକ୍ଷା ଏବେ ଶେଷ ହୋଇଛି। ନିର୍ମାତାମାନେ ‘ମେଁ ଅଟଲ ହୁଁ’ର ମୋସନ ପୋଷ୍ଟର ଜାରି କରିଛନ୍ତି ଓ କହିଛନ୍ତି ଯେ ପଙ୍କଜଙ୍କ ଫାଷ୍ଟ ଲୁକ ଦର୍ଶକଙ୍କୁ ଚମକାଇ ଦେବ। ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ରବି ଯାଦବଙ୍କ ନିର୍ଦ୍ଦେଶିତ ତଥା ଉତ୍କର୍ଷ ନେଥାନୀଙ୍କ ଲିଖିତ ଏହି ଫିଲ୍ମଟି ଡିସେମ୍ବର ୨୦୨୩ରେ ମୁକ୍ତିଲାଭ କରିବ।

ଫିଲ୍ମରେ ସଲିମ-ସୁଲେମାନ ସଂଗୀତ ଦେଇଥିବା ବେଳେ ଗୀତ ସମୀରଙ୍କର ରହିବ। ତେବେ ସୋନୁ ନିଗମ ମୋସନ ଭିଡିଓ ଲାଗି ତାଙ୍କ କଣ୍ଠଦେବେ ବୋଲି ଘୋଷଣା କରିଛନ୍ତି।