ଗିରଫ ହେଲା ସୁଜୱାନ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ, ଗତ ଏପ୍ରିଲରେ ହୋଇଥିଲା ଆକ୍ରମଣ

Published By : Prameya-News7 Bureau | May 26, 2022 IST

ଶ୍ରୀନଗର ୨୬/୦୫ : ଚଳିତ ବର୍ଷ ଏପ୍ରିଲ ମାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାମ୍ମୁ କାଶ୍ମୀର ଗସ୍ତର ୨ ଦିନ ପୂର୍ବରୁ ସୁଜୱାନ ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ଏହି ମାମାଲାର ଯାଞ୍ଚ କରୁଥିବା ଏନଆଇଏ (ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି)ର ଆନୁଷ୍ଠାନିକ ପ୍ରବକ୍ତା ଗୁରୁବାର ଏହି ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ଆତଙ୍କବାଦୀ ଯୈଶ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ସହିତ ଯଡ଼ିତ ବୋଲି ସେ କହିଛନ୍ତି ।   

ଧାରା ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୪ ଜମ୍ମୁ କାଶ୍ମୀରରେ ପହଞ୍ଚିଥିଲେ। ତାଙ୍କର ଜମ୍ମୁ କାଶ୍ମୀର ଗସ୍ତର ୨ ଦିନ ପର୍ବରୁ ସୁଜୱାନ ଅଞ୍ଚଳରେ ଥିବା ସିଆରପିଏପ କ୍ୟାମ୍ପ ଓ ବସ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ଯବାନ ଶହୀଦ ହୋଇଥିଲେ। ଏହାପରେ ଏନଆଇଏ ଏହି ମାମଲାର ତଦନ୍ତ ଭାର ନେଇଥିଲା। ସୁଜୱାନ ଆତଙ୍କୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି ବୋଲି ଗୁରୁବାର ଏନଆଇଏର ଆନୁଷ୍ଠାନିକ ପ୍ରବକ୍ତା ସ୍ପଷ୍ଟ କରିଛନ୍ତି। ଗିରଫ ହୋଇଥିବା ଆତଙ୍କବାଦୀର ପରିଚୟ ଅହମ୍ମଦ ମୀର ଓ ସେ ଯୈଶ-ଏ-ମହମ୍ମଦ ଓଭର ଗ୍ରାଉଣ୍ଡ ୱାର୍କର ଥିଲା ବୋଲି କୁହାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.