ପହିଲିମାନ ନିଶା ଦହିୟା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ କୋଚ୍‌ ପଓ୍ବନ ଗିରଫ, ରେସଲର ସୁଶୀଲ କୁମାରଙ୍କ ସହ ରହିଛି ସମ୍ପର୍କ

Published By : Prameya-News7 Bureau | November 12, 2021 IST

ଚଣ୍ଡିଗଡ଼ ୧୨/୧୧: ହରିୟାଣା ସୋନିପତର ପହିଲିମାନ ନିଶା ଦହିୟାଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ୨୫ ବର୍ଷୀୟ କୋଚ୍‌ ପଓ୍ବନ ବରାକ ଗିରଫ। ପଓ୍ବନ ସମେତ ତାର ସହଯୋଗୀ ୨୩ ବର୍ଷୀୟ ସଚିନ ଦହିୟାକୁ ଦିଲ୍ଲୀ ପୋଲିସ ଶୁକ୍ରବାର ଦ୍ବାରକାରୁ ଗିରଫ କରିଛି। ହତ୍ୟାକାଣ୍ଡ ପରେ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ସୋନିପତ ପୋଲିସ ସେମାନଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। ପଓ୍ବନ ପାଖରୁ ପୋଲିସ ଏକ ଲାଇସେନ୍ସ ବନ୍ଧୁକ ଜବତ କରିଥିବା ବେଳେ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ରୋହିଣୀ କୋର୍ଟରେ ହାଜର କରାଯିବ।

ପୋଲିସ ଅଧିକାରୀ ସଞ୍ଜୀବ କୁମାର ଯାଦବଙ୍କ ଅନୁସାରେ, ସଚିନ ନାଁରେ ପୂର୍ବରୁ ଆର୍ମ ଆକ୍ଟରେ ଦୁଇଟି ମାମଲା ଥିଲା। ଘଟଣାସ୍ଥଳରେ ୫-୬ ରାଉଣ୍ଡ ଗୁଳି ଚାଲିଥିଲା ବୋଲି ମଧ୍ୟ ପୋଲିସ କହିଛି। ସେପଟେ କୋଚ୍‌ ପଓ୍ବନ ଆଲିମ୍ପିକି ପଦକ ବିଜେତା ସୁଶୀଲ କୁମାରଙ୍କ ନିକଟତର ବୋଲି କୁହାଯାଉଛି। ସେ ନିଜର କୁସ୍ତି ଆକାଡେମୀର ନାଁ ସୁଶିଲଙ୍କ ନାମାନୁସାରେ ନାମିତ କରିବା ସହ ତାଙ୍କ ସହ ଫଟୋ ମଧ୍ୟ ଲଗାଇଛି ପଓ୍ବନ ।

{"id":542775,"width":699,"height":392,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ, ବୁଧବାର ସୋନିପତ ଜିଲ୍ଲାର ହଲାଲପୁର ଗାଁରେ ଏକ କୁସ୍ତି ଆକାଡେମୀରେ କିଛି ଆକ୍ରମଣକାରୀ ସେହି ଗାଁର ଜଣେ ବିଶ୍ବବିଦ୍ୟାଳୟ ସ୍ତରୀୟ ପହିଲିମାନ ନିଶା ଦହିୟା (୨୦) ଏବଂ ତାଙ୍କ ଭାଇ ସୁରଜ (୧୮)ଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହା ସହ ତାଙ୍କ ମା ଆହତ ହୋଇଥିଲେ। ଏହି ଘଟଣା ପରେ ରାଗରେ ଗାଁ ଲୋକେ ଆକାଡେମୀରେ ନିଆଁ ଲଗାଇଦେଇଥିଲେ।

ଯେଉଁ ମହିଳା ପହିଲିମାନଙ୍କ ହତ୍ୟା ହୋଇଛି ତାଙ୍କର ପରିଚୟକୂ ନେଇ ଭ୍ରମ ସୃଷ୍ଟି ହୋଇଥିଲା। ନିକଟରେ ଅଣ୍ଡର ୨୩ ବର୍ଗରେ ବିଶ୍ବ ଚାମ୍ପିୟନସିପ୍‌ରେ ବ୍ରୋଞ୍ଜ ମେଡାଲ ଜିଣିଥିବା ପହିଲିମାନଙ୍କ ହତ୍ୟା ହୋଇଥିବା ନେଇ ଖବର ପ୍ରଚାରିତ ହୋଇଥିଲା। କାଂସ୍ୟ ପଦକ ବିଜେତା ରେସଲରଙ୍କ ନାଁ ମଧ୍ୟ ନିଶା ଦହିୟା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.