ଶଙ୍କରପଲାର ଟ୍ରିପଲ ମର୍ଡର ଘଟଣା, ୪ ଦିନ ପରେ ମାମଲାର ପର୍ଦ୍ଦାଫାଶ କଲା ପୋଲିସ
4/10/2023 at 10:11 AM

କଳାହାଣ୍ଡି ୦୪।୧୦ : କଳାହାଣ୍ଡିର ବହୁ ଚର୍ଚ୍ଚିତ ଶଙ୍କରପଲାର ଟ୍ରିପଲ ମର୍ଡର ଘଟଣା । ମାମଲାରେ ୪ ଦିନ ପରେ ପୋଲିସ ମିଳିଛି ସଫଳତା । ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ । ଗୁଣିଗାରେଡି ସନ୍ଦେହରେ ଏହି କାଣ୍ଡ ଭିଆଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ଜୁନାଗଡ଼ ଥାନା ଶଙ୍କରପଲା ଗାଁରେ ରବିବାର ଦିନ ତିନି ଜଣଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା । ସମସ୍ତଙ୍କ ମୃତଦେହ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଥିଲା । ମୃତକଙ୍କ ନାମ ରାଏମତି ମାଝି ଓ ତାଙ୍କୁ ଦୁଇ ବର୍ଷର ପୁଅ ଶିବଶକ୍ତି ମାଝି ଏବଂ ସେହି ଗାଁର ବୃଦ୍ଧ ମହେନ୍ଦ୍ର କୁମାର ବୋଲି ଜଣାପଡିଛି। ତେବେ ହତ୍ୟାକାଣ୍ଡର ତିନିଦିନ ପରେ ବି ପୋଲିସର ହାତ ଖାଲି ଥିଲା । ଶେଷରେ ହତ୍ୟାର ୪ ଦିନ ପରେ ମୁଖ୍ୟ ଅଭିଯୁକଙ୍କୁ ଗିରଫ କରିଛି ପୋଲିସ । ଗୁଣିଗାରେଡି ସନ୍ଦେହ କରି ଏହି ହତ୍ୟାକାଣ୍ଡ ଭିଆଇଥିବା ସୂଚନା ମିଳିଛି ।
ଅନ୍ୟପଟେ ଭବାନୀପାଟଣା ସଦର ଏସ୍ଡିପିଓ ସୁନାରାମ ହେମ୍ବ୍ରମ୍ ତଦନ୍ତ ଭାର ନିଜ ହାତ ନେବା ପରେ ହତ୍ୟାକାଣ୍ଡର ଫର୍ଦ୍ଦାଫାଶ ହୋଇଛି । ବୁଧବାର ଦିନ ପ୍ରେମ୍ମିଟ୍ ଜରିଆରେ ଘଟଣା ସଂପର୍କରେ ସମସ୍ତ ତଥ୍ୟ ଦେବ ପୋଲିସ ।