LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରିଲିଜ୍‌ ହେଲା ଅଜୟଙ୍କ ଫିଲ୍ମ ମୈଦାନ୍‌ର ଟିଜର, ଦମ୍‌ଦାର ଅଭିନୟ ଦେଖି ଫ୍ୟାନ୍ସଙ୍କ ବଢିଲା ଉତ୍ସାହ

31/03/2023 at 1:13 PM

ମୁମ୍ଵାଇ ୩୧।୦୩: ବଲିଉଡର ସିଙ୍ଘମ ଅଜୟ ଦେବଗନ୍ । ତାଙ୍କ ଫିଲ୍ମ ଭୋଲା ବର୍ତ୍ତମାନ ଅନେକ ଚର୍ଚ୍ଚାରେ ରହିଛି। ଏହି ଚଳଚ୍ଚିତ୍ର ସହିତ ଅଜୟ ଦେବଗନଙ୍କ ପ୍ରଶଂସକମାନେ ଆଉ ଏକ ଉପହାର ପାଇଛନ୍ତି। ଅଜୟଙ୍କ ଆଗାମୀ ଚଳଚ୍ଚିତ୍ର ମୈଦାନର ଟିଜର ମଧ୍ୟ ‘ଭୋଲା’ ସହିତ ରିଲିଜ ହୋଇଛି। ଅଜୟଙ୍କ ଫିଲ୍ମ ମୈଦାନର ଏହି ଟିଜରକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି।

ଅଜୟଙ୍କ ‘ଭୋଲା’ ସହିତ ପ୍ରଶଂସକମାନେ ମଧ୍ୟ ମୈଦାନ ଫିଲ୍ମର ଟିଜର ଦେଖିଥିଲେ। ଟିଜରକୁ ଖୁବ୍‌ ପ୍ରଶଂସା କରୁଥିବା ସହ ହିଟ୍‌ ହେବା  ନେଇ ଘୋଷଣା କରିଛନ୍ତି। କହିବାକୁ ଗଲେ ଅଜୟ ଏହି ଚଳଚ୍ଚିତ୍ରରେ ଜଣେ ଫୁଟବଲ୍ ପ୍ରଶିକ୍ଷକ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟି ଏକ ଫୁଟବଲ ଖେଳ ଉପରେ ଆଧାରିତ ହେବ । ଏହି ଟିଜର ଦେଖି ଫ୍ୟାନ୍ସଙ୍କର ହୋସ ଉଡିଯାଇଛି।

ଫିଲ୍ମର ଏହି ପୋଷ୍ଟରରେ ରିଲିଜ୍ ତାରିଖ କୁହାଯାଇଛି। ଅଜୟଙ୍କ ଫିଲ୍ମ ୨୩ ଜୁନ୍ ୨୦୨୩ରେ ମୁକ୍ତିଲାଭ କରିବାକୁ ଯାଉଛି। ଅଜୟ ଦେବଗନଙ୍କ ଫିଲ୍ମ ପାଇଁ ପ୍ରଶଂସକମାନେ ବହୁତ ସମୟ ଅପେକ୍ଷା କରିଥିଲେ। ବର୍ତ୍ତମାନ ତାଙ୍କର ବ୍ୟାକ୍‌ ଟୁ ବ୍ୟାକ୍‌ ଫିଲ୍ମ ଆସୁଛି । ଯାହାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି।

   Related Posts