ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି)ର ବରିଷ୍ଠ ଦିବଙ୍ଗତ ନେତା ଅଟଳ ବିହାରୀ ବାଜପେୟୀଙ୍କ ଆତ୍ମଜୀବନୀକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା ଜାରି ରହିଛି। ଯେବେ ଏହି ବାୟୋପିକର ଘୋଷଣା ହେଲା, ତେବେଠୁ ଫିଲ୍ମକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି। ଏହା ମଧ୍ୟରେ ନିର୍ମାତା ପ୍ରଶଂସକଙ୍କ ଉତ୍ସାହକୁ ବଢାଇବା ପାଇଁ ଫିଲ୍ମ 'ମେଁ ଅଟଲ ହୁଁ'ର ଦମଦାର ଟିଜର ଜାରି କରିଛନ୍ତି।
wp:html/wp:html
ଟିଜରରେ ପଙ୍କଜ ତ୍ରିପାଠୀ ଅଟଳ ବିହାରୀ ବାଜପେୟୀଙ୍କ ଚରିତ୍ରରେ ଖୁବ୍ ମାନୁଛନ୍ତି। ସାମାଜିକ ଗଣମାଧ୍ୟମରେ ଫିଲ୍ମର ଟିଜକୁ ନେଇ ଖୁବ୍ ଚର୍ଚ୍ଚା। ଟିଜରରେ ପଙ୍କଜ ତ୍ରିପାଠୀ ରାଜନୀତିର ଗଣିତ କଷୁଥିବା ଦେଖିବାକୁ ମିଳିଛି। ସେ କହୁଛନ୍ତି ଏବେ ଅନ୍ୟମାନଙ୍କୁ ଅଭ୍ୟାସ କରିବାକୁ ପଡ଼ିବ ଯେ ଅଟଳ ବିହାରୀ ବାଜପେୟୀ ତଳକୁ ଖସି କେମିତି ଉଠୁଛି।
wp:html/wp:html
ପଙ୍କଜ ବାଜପେୟୀଙ୍କ ଚରିତ୍ରରେ ନିଖୁଣ ଅଭିନୟ କରିଛନ୍ତି। ପ୍ରଶଂସକ ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ଟିଜରରେ ତାଙ୍କ ପ୍ରଶଂସାରେ ଖୁବ୍ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଡିସେମ୍ବର ୨୦ ତାରିଖରେ ଫିଲ୍ମର ଟ୍ରେଜର ରିଲିଜ୍ କରାଯିବ। ଫିଲ୍ମ ଆସନ୍ତା ଜାନୁଆରୀ ୧୯ରେ ସିନେମାଘରକୁ ଆସିବ। ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଏଥିରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନ ଉପରେ ଆଧାରିତ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ରବି ଯାଦବ।