ସୁନ୍ଦରଗଡ଼ ୦୫।୧୧: ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଅଞ୍ଚଳରୁ ଚଢାଉ କରି ବିପୁଳ ପରିମାଣର ମହୁଲ ଜବତ କରିଛି । ମହୁଲ ଜବତ ସହ ଜଣଙ୍କୁ ଗିରଫ କରିଛି ପୋଲିସ ।
{"id":179440}ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲାର କୁତ୍ରା ଅଂଚଳରେ ବ୍ୟାପକ ପରିମାଣରେ ଚୋରା ମହୁଲ କାରବାର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଉଥିଲା । ଆଜି ଅବକାରୀୀ ବିଭାଗ ଓ ପୋଲିସର ମିଳିତ ଚଢାଉ କରି କୁତ୍ରା ଗାଁରୁ ଜଣେ ବ୍ୟବସାୟୀଙ୍କୁ ଗିରଫ ସହ ବିପୁଳ ପରିମାଣର ମହୁଲ ଜବତ କରିଛି । ଚଢାଉ ସମୟରେ ସନ୍ତୋଷ ଘରୁ ପ୍ରାୟ ତିନି କ୍ବିଣ୍ଟାଲ ମହୁଲ ଜବତ କରାଯାଇଛି । ଚୋରା ମହୁଲ କାରାବାର ଅଭିଯୋଗରେ ସନ୍ତୋଷ ନାମକ ଜଣେ ବେପାରୀଙ୍କୁ ଗିରଫ କରିଛି ପୋଲିସ ।