scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ମା’ କାଳୀଙ୍କ ପୋଷ୍ଟର ବିବାଦ: ଟିଏମସି ସାଂସଦ କହିଲେ- ମୋ ପାଇଁ ସେ ମାଂସ ଖାଉଥିବା ଏବଂ ମଦ ସ୍ଵୀକାର କରୁଥିବା ଦେବୀ

5/07/2022 at 7:09 PM

ନୂଆଦିଲ୍ଲୀ: ମା କାଳୀ ହେଉଛନ୍ତି ମାଂସ ଖାଉଥିବା ଏବଂ ମଦକୁ ସ୍ଵୀକାର କରୁଥିବା ଦେବୀ। ଏହା କହିଛନ୍ତି, ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୋଇତ୍ରା। ସେ କହିଛନ୍ତି ଦେବୀ କାଳୀଙ୍କୁ ସେ ଏହି ରୂପରେ ଦେଖିଥାନ୍ତି। କାନାଡାର ଏକ ଚଳଚ୍ଚିତ୍ର ନିର୍ମାତାଙ୍କ ଫିଲ୍ମର ପୋଷ୍ଟକୁ ନେଇ ଉଠିଥିବା ବିବାଦକୁ ନେଇ ଟିଏମସି ସାଂସଦ ଏହା କହିଛନ୍ତି। ମହୁଆ ଫିଲ୍ମ ନିର୍ମାତା ଲୀନା ମଣିମେକଲଇଙ୍କୁ ସମର୍ଥନ କରିଛନ୍ତି। ପ୍ରତି ଲୋକଙ୍କୁ ଦେବୀ-ଦେବତାଙ୍କୁ ନିଜ ଢଙ୍ଗରେ ପୂଜା କରିବାର ଅଧିକାର ରହିଛି।

ଯେଉଁ ପୋଷ୍ଟରକୁ ନେଇ ବିବାଦ ଦେଖା ଦେଇଛି, ସେଥିରେ ମା କାଳୀଙ୍କୁ ସିଗାରେଟ୍ ପିଉଥିବା ଦେଖିବାକୁ ମିଳିଛି। ମା କାଳୀଙ୍କ ଅନ୍ୟ ହାତରେ ଏକ ରେନବୋ ଫ୍ଲାଗ୍ ରହିଛି, ଯାହାକୁ ସମଗ୍ର ଦୁନିଆର ଲେସବିଆନ, ଗେ, ବାଇସେକ୍ସୁଆଲ, ଟ୍ରାନ୍ସଜେଣ୍ଡରଙ୍କ ପ୍ରତୀକ କୁହାଯାଏ। ଏକ ନ୍ୟୁଜ ଚ୍ୟାନେଲରେ ସାକ୍ଷାତକାର ସମୟରେ ମହୁଅ ମୋଇତ୍ରା ନୂପୁର ଶର୍ମାଙ୍କ ବୟାନକୁ ନେଇ କହିଛନ୍ତି, ସେ ଆଲୋଚନାର ପକ୍ଷଧର, ମାତ୍ର ହିଂସା ଉସୁକାଇବା ପରି ବୟାନ ପ୍ରତି ନୁହେଁ।

ମୋଇତ୍ରା କହିଛନ୍ତି, ଆପଣ ଯେଉଁଭଳି ଚାହିଁବେ ଭଗବାନଙ୍କ କଳ୍ପନା କରି ପାରିବେ। ମୋ ପାଇଁ ମା କାଳୀ ହେଉଛନ୍ତି ମାଂସ ଖାଉଥିବା ଏବଂ ମଦ ସ୍ଵୀକାର କରୁଥିବା ଦେବୀ। ଅନେକ ସ୍ଥାନରେ ଭଗବାନକୁ ହ୍ଵିସ୍କି ଚଢାଯାଏ। ଆଉ କେଉଁଠି ଏହାକୁ ଅପବିତ୍ର ବୋଲି କୁହାଯାଏ ବୋଲି ମୋଇତ୍ରା କହିଛନ୍ତି। ସିକ୍କିମ ଏବଂ ଭୂଟାନରେ ଦେବାଦେବୀଙ୍କ ନିକଟରେ ମଦ ଚଢାଯାଏ। ୟୁପି ଏବଂ ଅନ୍ୟ ସ୍ଥାନରେ ମଦକୁ ପ୍ରସାଦ ଭାବେ ବିବେଚନା କରାଯାଏ। ସେ ଏହା ମଧ୍ୟ କହିଛନ୍ତି ତାରାପୀଠ ଆଖପାଖରେ ବହୁତ ସାଧୁ ସନ୍ଥଙ୍କୁ ଧୂମ୍ରପାନ କରୁଥିବା ଦେଖିଛି।  ହୋଇପାରେ ସେମାନେ ମା କାଳୀଙ୍କୁ ସେହି ରୂପରେ ପୂଜା କରୁଥାଇପାରନ୍ତି।

   Related Posts