‘ମୋ ହେନେରୀ ଘରକୁ ଫେରିଲା’; ପୋଷା କୁକୁରକୁ ପାଇ ଆନନ୍ଦିତ ଆଇନଜୀବୀ ଜୟ ଆନନ୍ଦ

Published By : Prameya-News7 Bureau | November 11, 2023 IST

ନୂଆଦିଲ୍ଲୀ: ଆଇନଜୀବୀ ଜୟ ଅନନ୍ଦ ଦେହାଦ୍ରୋଈଙ୍କୁ ମିଳିଲା ପୋଷା କୁକୁର ହେନେରୀ । ଯେଉଁ କୁକୁରକୁ ନେଇ ବିବାଦ ଆରମ୍ଭ ହୋଇଥିଲା ତାକୁ ସାଂସଦ ମୋହୁଆ ମୈଇତ୍ର ଫେରାଇ ଦେଇଛନ୍ତି । ହେନେରୀ ଏବେ ଜୟ ଆନନ୍ଦ ପାଖକୁ ଫେରିଛି । ସେପଟେ କ୍ୟାସ୍-ଫର୍ କ୍ବେରୀ ମାମଲାରେ ଫସିଥିବା ଟିଏମସି ସାଂସଦ ମୋହୁଆ ମୈଇତ୍ରଙ୍କୁ ଲୋକସଭାରୁ ବହିଷ୍କାର କରିବାକୁ ସଦାଚାର କମିଟି ସୁପାରିସ୍ କରିଛି ।  

ଆଇନଜୀବୀ ଜୟ ଅନନ୍ଦ ଦେହାଦ୍ରୋଈ ପୋଷା କୁକୁର ହେନେରୀକୁ ପାଇବା ପରେ ଟ୍ବିଟର (ଏକ୍ସ) ଏକ ଭିଡିଓ ପୋଷ୍ଟ କରିଛନ୍ତି । ହେନେରୀ ଫେରିବା ପରେ ତାକୁ ସ୍ବାଗତ କରିଛନ୍ତି । ପ୍ରାର୍ଥନା କରିବା ସହିତ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ହେନେରୀ ଫରିବା ପରେ ଘର ମାହୋଲ ବଦଳି ଯାଇଛି ବୋଲି ଜୟ ଆନନ୍ଦ କହିଛନ୍ତି ।

ମୋହୁଆ ମୈଇତ୍ର ପୋଷା କୁକୁର ହେରେନୀକୁ ନେଇ ଯାଇଥିବା ନେଇ ଏକ ସପ୍ତାହ ପୂର୍ବରୁ ଦିଲ୍ଲୀ ପୋଲିସରେ ଆଇନଜୀବୀ ଜୟ ଅନନ୍ଦ ଦେହାଦ୍ରୋଈ ଏତଲା ଦେଇଥିଲେ । ସେ ଅଭିଯୋଗ  କରି କହିଥିଲେ, ତାଙ୍କ ପୋଷା କୁକୁର ହେନେରୀ ଟିଏମସି ସାଂସଦ ମୋହୁଆ ମୈଇତ୍ର ଜୋର୍ ଜବତଦସ୍ତ ନେଇ ଯାଇଥିଲେ ।

wp:embed {"url":"https://www.prameyanews7.com/song-on-millets-featuring-pm-modi-nominated-for-grammy-award/","type":"wp-embed","providerNameSlug":"prameya-news-7"}
https://www.prameyanews7.com/song-on-millets-featuring-pm-modi-nominated-for-grammy-award/
/wp:embed

ସେପଟେ କ୍ୟାସ୍-ଫର୍ କ୍ବେରୀ ମାମଲାରେ ଲୋକସଭା ସଦାଚାର କମିଟି ବହିଷ୍କାର କରିବାକୁ ସୁପାରିସ୍ କରିଛି । ଏହାର ଜବାବରେ ଶୁକ୍ରବାର ମୋହୁଆ ମୈଇତ୍ର ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ ଲେଖିଛନ୍ତି, ଆସନ୍ତା ୨୦୨୪ ନିର୍ବାଚନରେ ସେ ବଡ଼ ଜନାଦେଶ ସହିତ ଲୋକସଭାକୁ ଫେରିବେ । ସଦାଚାର କମିଟି ତାଙ୍କୁ ବହିଷ୍କାର କରିଥିବାରୁ, ସେ ପ୍ରଥମ ବ୍ୟକ୍ତି ଭାବେ ଗର୍ବିତ ବୋଲି କହିଛନ୍ତି ।

wp:embed {"url":"https://www.prameyanews7.com/israel-hamas-war-updates-al-shifa-hospital-under-threat/","type":"wp-embed","providerNameSlug":"prameya-news-7"}
https://www.prameyanews7.com/israel-hamas-war-updates-al-shifa-hospital-under-threat/
/wp:embed

ସୂଚନା ଅନୁଯାୟୀ, ବିଜେପି ସାଂସଦ ନିଶିକାନ୍ତ ଦୁବେ ଟିଏମସି ସାଂସଦ ମୋହୁଆ ମୈଇତ୍ରଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ, ମୋହୁଆ, ଜଣେ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଇ ଲୋକସଭାରେ ପ୍ରଶ୍ନ କରିଥିଲେ । ଏହା ସହିତ ମହୁଆ ମୈଇତ୍ର ତାଙ୍କ ସାଂସଦ ଆକାଉଣ୍ଟର ଲଗ୍-ଇନ ଓ ପାସୱାର୍ଡ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନିଙ୍କୁ ଦେଇଥିଲେ, ଯାହା ଜାତୀୟ ସୁରକ୍ଷା ପାଇଁ ବଡ଼ ବିପଦ । ଏହି ଅପରାଧ ପାଇଁ ମୋହୁଆ ମୈଇତ୍ରଙ୍କୁ କଠୋର ଦଣ୍ଡ ମିଳିବା ଦରକାର ଅଭିଯୋଗ କରିଥିଲେ । ଏହା ପରେ ସଦାଚାର କମିଟି ମୋହୁଆଙ୍କୁ ଲୋକସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରିବା ପାଇଁ ସୁପାରିସ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.