ମହୁମାଛି ଆକ୍ରମଣରେ ଜଣେ ମୃତ, ୩ ଗୁରୁତର: ଜଙ୍ଗଲ ଭିତରେ ଗୋଡ଼ାଇ ଗୋଡ଼ାଇ ମାରିଲେ
23/09/2020 at 7:51 PM

ବଡ଼ବିଲ୍୨୩/୯: ମହୁମାଛି ଆକ୍ରମଣରେ ଜଣେ ମୃତ, ୩ ଗୁରୁତର। ଚମ୍ପୁଆ ବସାସାହି ଜଙ୍ଗଲରେ ଏଭଳି ଅଘଟଣ ଘଟିଛି। ମୃତ ହେଲେ ଯୋଡା ବ୍ଲକ ତିତିରବିଲ ଗାଁର ୫୦ ବର୍ଷିୟା ମହିଳା ବାସୁମତୀ ସର୍ଦ୍ଧ।ର। ମହୁମାଛି ଆକ୍ରମଣରେ ଗୁରୁତର ହୋଇଥିବା ଅନ୍ୟ ୩ ଜଣ ମହିଳା ହେଲେ ସାବିତ୍ରୀ ସର୍ଦ୍ଧ।ର, ଚାନ୍ଦୁ ମୁଣ୍ଡା ଓ ସିନି ମୁଣ୍ଡା। ସେମାନଙ୍କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଯୋଡ଼ା ବ୍ଲକ୍ ତିତିରବିଲ୍ ଗାଁର ଏହି ୪ ଜଣ ମହିଳା ବୁଧବାର ସକାଳୁ ଝାଡ଼ୁ ପାଇଁ ଆବଶ୍ୟକ ଝାଟି କାଟିବା ପାଇଁ ଚମ୍ପୁଆ ନିକଟସ୍ଥ ବସାସାହି ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରେ ଝାଟି କାଟିବା ବେଳେ ହଠାତ୍ ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲା। ମହୁମାଛି ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ୩ ଜଣ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ମହୁମାଛି ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ।