ପାପକ୍ଷୟ ଲୋକ ମହୋତ୍ସବ ଆରମ୍ଭ, ଅରୁଣ ମେହେରଙ୍କୁ ମିଳିଲା ପାପକ୍ଷୟ ସମ୍ମାନ
2/02/2023 at 1:50 PM

ବିନିକା ୦୨।୦୨ : ବିନିକା ମାଟିରେ ପାପକ୍ଷୟ ଲୋକ ମହୋତ୍ସବ ଆରମ୍ଭ । ଐତିହାସିକ ପର୍ଯ୍ୟଟନସ୍ଥଳୀ ଏହି ମାଟିର କଳା, ସଂସ୍କୃତି, ଐତିହ୍ୟକୁ ଉଜ୍ଜୀବିତ କରିବା ନେଇ ଆରମ୍ଭ ହୋଇଛି ପାପକ୍ଷୟ ଲୋକ ମହୋତ୍ସବ ।

ଖବର ଅନୁଯାୟୀ, ୪ ଦିନ ଧରି ଚାଲିବ ଏହି ମହୋତ୍ସବ । ସନ୍ଧ୍ୟାରେ ମହୋତ୍ସବରେ ଯୋଗଦେଇଥିବା ଅତିଥିମାନଙ୍କ ଦ୍ଵାରା ମଞ୍ଚରେ ମାଁ ନାରାୟଣୀଙ୍କ ଠାରେ ଦୀପ ପ୍ରଜଳ୍ୱନ ପରେ ପାପକ୍ଷୟ ଲୋକ ମହୋତ୍ସବ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଥିଲା ।

ମହୋତ୍ସବରେ ସୋନପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ବିନିକା ବିଡିଓ ବ୍ୟାସଦେବ ବେହେରା, ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଅରୁଣ ମେହେରଙ୍କୁ ପାପକ୍ଷୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । କଣ୍ଠଶିଳ୍ପୀ ରେଶ୍ମାରାଣୀ ଦାଶଙ୍କ ସୁମଧୁର ସଙ୍ଗୀତ ପରିବେଷଣ, ଲୋଇସିଂହାର ସଙ୍ଗୀତ ସାଧନା, ବରଗଡ଼ ଚେତନା କଳା ପରିଷଦ ତରଫରୁ ଲୋକନୃତ୍ୟ ପରିବେଷଣ ଉପସ୍ଥିତ ଦର୍ଶକ ଓ କଳା ପ୍ରେମୀଙ୍କୁ ବାନ୍ଧି ରଖିଥିଲା ।