ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ସ୍ୱତନ୍ତ୍ର ଉପସ୍ଥାପନା, ସମସ୍ତଙ୍କୁ କିମିଆ କଲା ‘ମହୀରାବଣ ବଧ’,
11/11/2023 at 3:06 PM

ଭୁବନେଶ୍ୱର ୧୧।୧୧ : ଓଡିଶା ଲୋକନାଟ୍ୟ ପରମ୍ପରାରେ ଗୀତିନାଟ୍ୟ ଏକ ସମ୍ଭ୍ରାନ୍ତ ଉପାଦାନ । ଛାନ୍ଦନାଟ୍ୟ, ଲୀଳା, ସୁଆଙ୍ଗ ଆଦିର ବିକଶିତ ରୂପାୟନରେ ଗୀତା ଅଭିନୟ, ଗୀତିନାଟ୍ୟ ଆଦିର ଅଭ୍ୟୁଦୟ ଘଟିଥିଲା । ଓଡିଆ ଲୋକନାଟକ ସାଂସ୍କୃତିକ ଜାଗରଣରେ ଗୀତିନାଟ୍ୟ ଅନେକ ଦିନ ଧରି ଓଡିଶାର ଦର୍ଶକମଣ୍ଡଳୀକୁ ମନୋରଞ୍ଜନ ପ୍ରଦାନ କରି ଆସିଥିଲା । ସେତେବେଳେ ଗୀତିନାଟ୍ୟକୁ ଯାତ୍ରା ବୋଲି କୁହାଯାଉଥିଲା ।

ଭଦ୍ରକର ନଲାଙ୍ଗ ନୀବାସୀ ଜଗନ୍ନାଥ ପାଣି ବହୁ କାବ୍ୟ କବିତା, ପାଲା, ଚଉତିଶା ଆଦି ରଚନା ସହିତ ଛନ୍ଦ କାବ୍ୟ ରୀତିରେ ବହୁ ଛାନ୍ଦନାଟ୍ୟ ରଚନା କରି ନାଟ୍ୟଦଳ ମାଧ୍ୟମରେ ପରିବେଶଷ କରାଇଥିଲେ । ନାଟ୍ୟକାର ପ୍ରଫେସର ଉପେନ୍ଦ୍ର ନାୟକ ଜଗନ୍ନାଥ ପାଣିଙ୍କ ରଚିତ ଛନ୍ଦନାଟ୍ୟ ମହିରାବଣ ବଧକୁ ଆଧୁନିକ ପରିପାଟିରେ ଗଦ୍ୟ ସଂଳାପ ସଂଯୋଜନା ସହିତ ଜଗନ୍ନାଥ ପାଣିଙ୍କ ଗୀତି ସଂଳାପରେ ମିଶ୍ରରାଗରେ ରଚନା କରିଥିଲେ ଗୀତିନାଟ୍ୟ ‘ମହିରାବଣ ବଧ୍’ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ନାଟ୍ୟାୟନ କାର୍ଯ୍ୟକ୍ରମରେ ନାଟକ ବିଭାଗର ଅଧ୍ୟାପିକା ଡକ୍ଟର ସମିତା ମହାନିଙ୍କ ନିର୍ଦ୍ଦେଶନାରେ ନାଟକ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ସଫଳତାରେ ସହି ପରିବେଷିତ ହେଉଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବିଜୟ କୁମାର ଜେନାଙ୍କ ପ୍ରେରଣା ଏହାର ସଫଳତାରେ ସହଯୋଗ କରିଛି ।