ପ୍ରେଗନେଣ୍ଟ ଅଛନ୍ତି ପାକ୍ ଅଭିନେତ୍ରୀ ମାହିରା ! ପୋଷ୍ଟ ଦେଖି ଫ୍ୟାନ୍ସ ଦେଉଛନ୍ତି ଶୁଭେଚ୍ଛା

Published By : Prameya-News7 Bureau | February 12, 2024 IST

ମୁମ୍ଵାଇ ୧୨।୦୨: ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ । ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନାକୁ ଆସିଛନ୍ତି। ନିକଟରେ ଏକ ପୋଷ୍ଟ ମାଧ୍ୟମରେ ଦାବି କରାଯାଇଛି ଯେ ଅଭିନେତ୍ରୀ ୩୯ ବର୍ଷ ବୟସରେ ଗର୍ଭବତୀ ଅଛନ୍ତି। ଖୁବ୍‌ ଶୀଘ୍ର ତାଙ୍କ ଘରେ କୁନି ଅତିଥି ଆସିବାକୁ ଯାଉଛି । ଏହି ଖବର ଆସିବା ପରଠାରୁ ଅଭିନେତ୍ରୀଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି। ଆପଣଙ୍କୁ କହିବାକୁ ଗଲେ ମାହିରାଙ୍କର ପ୍ରଥମ ବିବାହ ଅଲି ଆସ୍କାରିଙ୍କ ସହ ହୋଇଥିଲା ଏବଂ ସେମାନଙ୍କ ପୁଅ ଆଜଲାନ ୨୦୦୯ରେ ଜନ୍ମଗ୍ରହଣ କରିଥିଲେ।

୨୦୧୬ରେ ଶାହାରୁଖଙ୍କ ସହ ଫିଲ୍ମ 'ରଇସ୍‌' ସହିତ ପ୍ରଶଂସକଙ୍କ ହୃଦୟ ଜିତିଥିବା ପାକିସ୍ତାନୀ ଅଭିନେତ୍ରୀ ମାହିରା ସୋସିଆଲ ମିଡିଆରେ ଲୋକପ୍ରିୟ ହୋଇଥିଲେ। ଏହି ଅଭିନେତ୍ରୀ ଗତ ବର୍ଷ ୨୦୨୩ରେ ଦ୍ୱିତୀୟ ଥର ବିବାହ କରିଥିଲେ। ସେ ଏକ ସରଳ ସମାରୋହରେ ପାକିସ୍ତାନୀ ବ୍ୟବସାୟୀ ସଲିମ କରିମଙ୍କ ହାତ ଧରିଥିଲେ ।  ତାଙ୍କର ଦ୍ୱିତୀୟ ବିବାହ ଖବର ସୋସିଆଲ ମିଡିଆରେ ଖୁବ୍‌ଭାଇରାଲ ହୋଇଥିଲା।

ନିକଟରେ ଜଣେ ନେଟ୍‌ଜେନ୍‌ ରେଡ୍‌ଡିଟ୍‌ରେ ଏକ ପୋଷ୍ଟ ସେୟାର କରି ଦାବି କରିଛନ୍ତି ଯେ ମାହିରା ଦ୍ୱିତୀୟ ବିବାହର କିଛି ମାସ ପରେ ଗର୍ଭବତୀ ହୋଇଛନ୍ତି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଉଲ୍ଲେଖ କରିଛନ୍ତି ଯେ ଅଭିନେତ୍ରୀଙ୍କ ନିକଟ ସୂତ୍ର ଅନୁଯାୟୀ ମାହିରା ତାଙ୍କର ଦୁଇଟି ବଡ଼ ପ୍ରୋଜେକ୍ଟ ଛାଡିଛନ୍ତି। ଏହା ସହିତ, କୁହାଯାଇଛି ଯେ ଦମ୍ପତି ଅଗଷ୍ଟ-ସେପ୍ଟେମ୍ବର ୨୦୨୪ରେ ନିଜ ପିଲାଙ୍କୁ ସ୍ୱାଗତ କରିବେ। ବର୍ତ୍ତମାନ ଏହି ପୋଷ୍ଟ ଖୁବ୍‌ ଭାଇରାଲ୍‌ ହେଉଛି । ତେବେ ଦେଖିବାକୁ ବାକି ରହିଲା କି ଏହା କେତେ ଦୂର ସତ।

wp:embed {"url":"https://www.prameyanews7.com/upasana-gets-upset-after-seeing-her-husband-ramcharans-intimate-scenes/","type":"wp-embed","providerNameSlug":"prameya-news-7"}
https://www.prameyanews7.com/upasana-gets-upset-after-seeing-her-husband-ramcharans-intimate-scenes/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.