ମହିନ୍ଦ୍ରା ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍ କାର୍, ଟାଟାର ଏହି ଇଭିକୁ ଦେବ ଟକ୍କର
16/01/2023 at 10:51 PM

ନୂଆଦିଲ୍ଲୀ, ୧୬/୦୧: ଇଲେକ୍ଟ୍ରିକ୍ କାର୍ ସେଗମେଣ୍ଟରେ ମହିନ୍ଦ୍ରାର ଏଣ୍ଟ୍ରି। ସୋମବାର ମହିନ୍ଦ୍ରା ଏହାର ପ୍ରଥମ ଇଲେକ୍ଟ୍ରିକ୍ ଏସୟୁଭି ଲଞ୍ଚ କରିଛି। ଏହି ଇଲେକ୍ଟ୍ରିକ୍ ଏସୟୁଭିର ନାମ ହେଉଛି XUV400 । ମହିନ୍ଦ୍ରା ଗାଡ଼ିକୁ ପସନ୍ଦ କରୁଥିବା ଗ୍ରାହକଙ୍କୁ ଏହି କାର୍କୁ ନେଇ ଅନେକ ଦିନରୁ ଅପେକ୍ଷା କରିଥିଲେ। ବଜାରରେ ଏହାର ଦୁଇଟି ଭିନ୍ନ ଭିନ୍ନ ମଡେଲ XUV400 EC ଏବଂ XUV400 EL ରହିଛି।
ମହିନ୍ଦ୍ରା XUV400 ଇଭିର ଦାମ୍ ୧୫.୯୯ ଲକ୍ଷରୁ ଆରମ୍ଭ ହୋଇ ୧୮.୯୯ ଲକ୍ଷ ଟଙ୍କା ଏକ୍ସ ସୋ ରୁମ୍ ମୂଲ୍ୟ ରହିଛି। ଅବଶ୍ୟ ଏହା ପ୍ରଥମ ୫ ହଜାର ବୁକିଂ ଉପରେ ରହିଛି। କମ୍ପାନୀ ଏକ ବର୍ଷ ମଧ୍ୟରେ XUV400 ର ୨୦ ହଜାର ବିକ୍ରି କରିବା ନେଇ ଲକ୍ଷ୍ୟ ରଖିଛି। ଏହି ଇଲେକ୍ଟ୍ରିକ୍ କାର୍ ଦେଶରେ ସବୁଠୁ ଅଧିକ ବିକ୍ରି ହେଉଥିବା Tata Nexon EV କୁ ଟକ୍କର ଦେବ।
Mahindra XUV400 EC ହେଉଛି ଏହାର ବେସ୍ ମଡେଲ। ଏହା ୩୪.୫ kWh ଲିଥିୟମ ଆୟନ ବ୍ୟାଟେରୀ ମିଳିବ। ଯାହା 150 PS ପାଓ୍ବାର ଏବଂ ୩୧୦ Nm ଟର୍କ ଉତ୍ପନ୍ନ କରିବ। ଥରେ ଚାର୍ଜ କରିବା ଦ୍ବାରା ୩୭୫ କିଲୋମିଟର ଚାଲିବ।
ଅନ୍ୟ ଟପ୍ ମଡେଲ ହେଉଛି XUV400 EL । ଏହି ମଡେଲରେ ଅଧିକ କ୍ଷମତା ସମ୍ପନ୍ନ 39.4 kWh ଲିଥିୟମ-ଆୟନ ବ୍ୟାଟେରୀ ରହିଛି। ଯାହା 150 PS ର ଶକ୍ତି ଏବଂ ୩୧୦ Nm ଟର୍କ ଉତ୍ପନ୍ନ କରିଥାଏ। ଏବଂ ଥରେ ଚାର୍ଜ ରେ ଏହା ୪୫୬ କିମି ରେଞ୍ଜ ଦେବ।
ମହିନ୍ଦ୍ରା କହିଛି ଯେ ଏହି XUV400 ଏହି ସେଗମେଣ୍ଟରେ ସବୁଠୁ ଫାଷ୍ଟ ଇଲେକ୍ଟ୍ରିକ୍ ଏସୟୁଭି ହେବ। ଏହା ୧୫୦ କିମି ପ୍ରତିଘଣ୍ଟାର ଟପ୍ ସ୍ପିଡରେ ଯାଇପାରିବ। ଏହା ବ୍ୟତୀତ ଏସୟୁଭି କେବଳ ୮.୩ ସେକେଣ୍ଡରେ ହିଁ ୦ରୁ ୧୦୦ ସ୍ପିଡରେ ପହଞ୍ଚିପାରିବ। ଖାସ୍ କଥା ହେଉଛି ଏହି ଏସୟୁଭି ୩ ବର୍ଷର ଓ୍ବାରେଣ୍ଟୀ ମିଳିବ। ଏହା ବ୍ୟତୀତ ବ୍ୟାଟେରୀ ଏବଂ ମୋଟର ଉପରେ ୮ ବର୍ଷ କିମ୍ବା ୧୬୦,୦୦୦ କିମି ଉପରେ ଓ୍ବାରେଣ୍ଟୀ ମିଳିବ।
ଏହି ଇଲେକ୍ଟ୍ରିକ୍ ଏସୟୁଭି ତିନିରେ ଭିନ୍ନ-ଭିନ୍ନ ଡ୍ରାଇଭିଙ୍ଗ୍ ମୋଡ୍ ସହ ରହିଛି। ଯେଉଁଥିରେ ଫନ୍, ଫାଷ୍ଟ ଏବଂ ଫିୟରଲେସ୍ ଅପ୍ସନ ରହିଛି। ଇଲେକ୍ଟ୍ରିକ୍ ଏସୟୁଭିକୁ ଆର୍କଟିକ୍ ବ୍ଲୁ, ଏଭେରେଷ୍ଟ ହ୍ବାଇଟ୍, ଗାଲାକ୍ସୀ ଗ୍ରେ, ନେପୋଲୀ ବ୍ଲାକ୍, ଇନଫିନିଟି ବ୍ଲୁ ଏବଂ ସୈଟିନ୍ କପର ଡୁଆଲ ଟୋନ୍ କଲର ଅପ୍ସନରେ କିଣିପାରିବେ। ୨୬ ଜାନୁଆରୀ ଠାରୁ ଏହାର ବୁକିଂ କରିପାରିବେ।