ଆସୁଛି ଥାର୍ର ନୂଆ ମଡେଲ୍, ଇଞ୍ଜିନରେ ହୋଇଛି ବଡ଼ ପରିବର୍ତ୍ତନ, ଦାମ୍ ରହିବ କମ୍
26/12/2022 at 8:58 PM

ନୂଆଦିଲ୍ଳୀ, ୨୬/୧୨: ନିଜର ଦମଦାର୍ ଲୁକ୍ ଏବଂ ପାଓ୍ବାରଫୁଲ୍ ଇଞ୍ଜିନ ପାଇଁ ଖୁବ୍ ପରିଚିତ ମହିନ୍ଦ୍ରା ଥାର୍। ଖାସ୍କରି ଯୁବବର୍ଗଙ୍କ ମଧ୍ୟରେ ଏହା ଖୁବ୍ ଲୋକପ୍ରିୟ। କିନ୍ତୁ ଅନେକ ଫିଚର୍ସ ପରେ ବି ଏହି ଏସୟୁଭି ଏହାର ଉଚ୍ଚ ଦାମ୍ ଏବଂ କମ୍ ସିଟିଂ କ୍ଷମତା ଯୋଗୁଁ ଅନେକ ଗ୍ରାହକଙ୍କ ଲିଷ୍ଟରୁ ବାଦ୍ ପଡ଼ୁଛି। କିନ୍ତୁ ଖୁବ୍ଶୀଘ୍ର ଏହାର ଏକ ଶସ୍ତା ଭର୍ଜନ ବଜାରକୁ ଆସିବା ନେଇ କୁହାଯାଉଛି। ମିଡିଆ ରିପୋର୍ଟ ଅନୁଯାୟୀ, ମହିନ୍ଦ୍ରା ଖୁବ୍ଶୀଘ୍ର ବଜାରରେ ଥାର୍ ର ନୂଆ ମଡେଲ ଲଞ୍ଚ କରିବ। ଏହି ନୂଆ ମଡେଲରେ ବଡ଼ ପରିବର୍ତ୍ତନ କରାଯାଇଛି ଯାହା ଶସ୍ତା ମଧ୍ୟ ରହିବ।
ମିଡିଆ ରିପୋର୍ଟ ଅନୁଯାୟୀ, ମହିନ୍ଦ୍ରା ଥାର୍ର ନୂଆ ମଡେଲକୁ ଏବେ କମ୍ପାନୀ ନୂଆ ୧.୫ ଲିଟର ଡିଜେଲ ଇଞ୍ଜିନ୍ ସହ ଲଞ୍ଚ କରିବାକୁ ପ୍ରସ୍ତୁତି କରୁଛି। ଯାହାକି ବର୍ତ୍ତମାନ ୨.୨ ଲିଟର ଡିଜେଲ ଏବଂ ୨.୦ ଲିଟର ପ୍ରେଟ୍ରୋଲ ଇଞ୍ଜିନ ସହ ବିକ୍ରି କରାଯିବ। ତେବେ ଏହା ଏକ ଏଣ୍ଟ୍ରି ଲେବୁଲ ଭାରିଏଣ୍ଟ ହେବ। ଏଥିରେ କମ୍ପାନୀ ୧.୫ ଲିଟର ଡିଜେଲ ଇଞ୍ଜିନ୍ର ବ୍ୟବହାର କରିପାରେ, ଯାହାକି ୧୧୭ ଏଚପି ପାଓ୍ବାର ଜେନେରେଟ୍ କରିଥାଏ। ଏଥିରେ ଅଟୋମେଟିକ୍ ଟ୍ରାନ୍ସମିସନ ମଧ୍ୟ ବ୍ୟବହାର କରାଯାଇପାରେ। ଯାହାକି ଏହି ଭାରିଏଣ୍ଟକୁ କମ୍ ଦାମ୍ ରଖିବାରେ ସହାୟକ ହେବ।
ଥାର୍ର ଏହି ଶସ୍ତା ଭାରିଏଣ୍ଟରେ ଡ୍ରାଇଭିଙ୍ଗ ସିଷ୍ଟମରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। କୁହାଯାଉଛି ଯେ ଏହି ଟୁ-ହ୍ବିଲ୍ ଡ୍ରାଇଭ୍(2WD) ସିଷ୍ଟମ ସହ ଆସିବ। ବର୍ତ୍ତମାନର ଡିଜେଲ ଇଞ୍ଜିନ୍ ମଡେଲ୍ ଫୋର୍ ହ୍ବିଲ୍ ଡ୍ରାଇଭ୍ ସିଷ୍ଟମ(4WD) ସହ ଆସୁଛି। ଫଳରେ ଏହାଦ୍ବାରା ଦାମ୍ କମ୍ ହେବା ନେଇ ମଧ୍ୟ ସମ୍ଭାବନା ରହିଛି। ଡିଜେଲ ଇଞ୍ଜିନ୍ ବ୍ୟତୀତ କମ୍ପାନୀ ବର୍ତ୍ତମାନର ୨.୦ ଲିଟର ଟର୍ବୋ-ପେଟ୍ରୋଲ୍ର ମଧ୍ୟ ଟୁ-ହ୍ବିଲ୍ ଡ୍ରାଇଭ୍ ସିଷ୍ଟମ ସହ ଲଞ୍ଚ କରିବ।
ମିଡିଆ ରିପୋର୍ଟ ଅନୁଯାୟୀ, କମ୍ପାନୀର ନୂଆ ମହିନ୍ଦ୍ର ଥାର୍ ଆସନ୍ତା ବର୍ଷ ଜାନୁଆରୀରେ ବଜାରକୁ ଆସିପାରେ। କୁହାଯାଉଛି ଏହାକୁ ୧୦ ଲକ୍ଷ ଦାମ୍ରେ ଲଞ୍ଚ କରାଯାଇପାରେ। ବର୍ତ୍ତମାନ ଏହାର ଡିଜେଲ୍ ମଡେଲର ଦାମ୍ ୧୩.୫୯ ରୁ ୧୬.୨୯ ଲକ୍ଷ ଟଙ୍କା ମଧ୍ୟରେ ରହିଛି। ତେବେ ଆଗାମୀ ସମୟରେ ଏନେଇ ସଂପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବା ନେଇ କୁହାଯାଉଛି।