ଡେଟ୍ରୋଟ୍ : ମହିନ୍ଦ୍ରାଙ୍କ ଅଫରୋଡର କାର ‘ମହିନ୍ଦ୍ରା ରକ୍ସର’କୁ ଆମେରିକାରେ ବ୍ୟାନ କରାଯାଇଛି। ଏହି ବାହନ ଆମେରିକା ବଜାରରେ ଲଞ୍ଚ ହେବା ପରଠାରୁ ଫିଆଟ୍ ଓ ମହିନ୍ଦ୍ରା ମଧ୍ୟରେ ଆଇନ ଯୁଦ୍ଧ ଆରମ୍ଭ ହୋଇଥିଲା। ମାମଲା ଇଣ୍ଟରନ୍ୟାସନାଲ ଟ୍ରେଡ୍ କମିଶନ( ଆଇଟିସି)ଙ୍କ କୋର୍ଟରେ ପହଞ୍ଚିଥିବା ବେଳେ ଆମେରିକୀୟ ନିୟାମକ ଫିଆଟଙ୍କପକ୍ଷ ନେଇଛନ୍ତି।
{"id":286265,"width":578,"height":312,"sizeSlug":"large"}ମହିନ୍ଦ୍ରାଙ୍କ ଅଫରୋଡର ଜିପ୍ ରେଙ୍ଗଲରର ବ୍ରାଣ୍ଡ ଇମେଜ ଉପରେ ଖରାପ ପ୍ରଭାବ ପକାଇବ ବୋଲି ଫିଆଟ ଅଭିଯୋଗ କରିଥିଲେ। ମାମଲାର ଶୁଣାଣି କରି ଆଇଟିସି ଆମେରିକାରେ ରକ୍ସର କିଟ୍ର ଆମଦାନୀ ଉପରେ ରୋକ ଲଗାଇଦେଇଛନ୍ତି। ମହିନ୍ଦ୍ରା ରକ୍ସର ନିର୍ମାଣ ଲାଗି ଥର ପ୍ଲାଟଫର୍ମକୁ ଉପଯୋଗ କରିଛନ୍ତି। ଏଥିରେ ଅନେକ ପରିବର୍ତ୍ତନ ହୋଇଥିଲେ ବି ଏହାର ସମ୍ମୁଖ ଭାଗ ଜିପ୍ର ଡିଜାଇନ ଲାଙ୍ଗୁଏଜ୍ ଆଧାରିତ । ଥର ଭଳି ରକ୍ସର ମଧ୍ୟ ଏକ ବେସିକ୍ ବାହନ ଏହାର ଛାତ କି ଦ୍ୱାର ନାହିଁ।
{"id":286266,"sizeSlug":"large"}ଜିପ୍ ରେଙ୍ଗଲରକୁ ନକଲ କରାଯାଇଥିବାର ଅଭିଯୋଗ କରିଥିବା ବେଳେ ଆଇଟିସି ମଧ୍ୟ ସପକ୍ଷରେ ମତ ଦେଇଛନ୍ତି। ଆଇଟିସି ରକ୍ସରକୁପ ରେଙ୍ଗଲରର କପି ବୋଲି କହିଛନ୍ତି। ଜିର ରେଙ୍ଗଲର ଠାରୁ ଭିନ୍ନ ଦେଖାଯିବାକୁ ମହିନ୍ଦ୍ରା ରକ୍ସରରେ ଅନେକ ପରିବର୍ତନ କରିଛନ୍ତି। ଏପରିକି ବିବାଦୀୟ ଗ୍ରିଲକୁ ବି କାଢି ଦେଇଥିଲେ। ତଥାପି ମହିନ୍ଦ୍ରାଙ୍କଯୁକ୍ତି ଆଇଟିସିରେ ଗ୍ରହଣୀୟ ହୋଇ ନାହିଁ।