scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗାଡି ନିର୍ମାତା କମ୍ପାନୀର ମହାନ ପଦକ୍ଷେପ, ମହିଳା କର୍ମଚାରୀଙ୍କ ପାଇଁ ଲାଗୁକଲା ୫ ବର୍ଷର ମାତୃତ୍ୱ ଛୁଟି

3/10/2023 at 1:51 PM

ନୂଆଦିଲ୍ଲୀ ୦୩/୧୦: ଏଣିକି ମହିଳାଙ୍କୁ ମିଳିବ ୫ ବର୍ଷ ମାତୃତ୍ୱ ଛୁଟି । ଏକଥା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଆଜ୍ଞା ହଁ ଏମିତି ନିମୟ ଲାଗୁ ହୋଇଛି । ଗାଡି ନିର୍ମାତା କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ତରଫରୁ ନିଜର ମହିଳା କର୍ମଚାରୀଙ୍କ ପାଇଁ ନୂଆ ମାତୃତ୍ୱ ଛୁଟି ନିୟମ ଜାରି କରିଛି । ସେପଟେ କମ୍ପାନୀର ଏଭଳି ନିୟମକୁ ସାରା ଶିଳ୍ପ ଜଗତ ପ୍ରଶଂସା କରିଛି ।

କମ୍ପାନୀ ତରଫରୁ ପ୍ରଣୟନ କରାଯାଇଥିବା ନୂଆ ମାତୃତ୍ୱ ଛୁଟି ନୟମରେ ମହିଳାମାନଙ୍କୁ ମାତୃତ୍ୱ ଛୁଟି ବାବଦରେ ୫ବର୍ଷ ଛୁଟି ମିଳିବ । ଏହି ନିୟମକୁ କମ୍ପାନୀ ‘କ୍ୟାରିୟର ଆଣ୍ଡ କେୟାର’ ଯୋଜନାରେ ନାମିତ କରିଛି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ସହିତ ଜଡିତ ସମସ୍ତ ମହିଳା କର୍ମଚାରୀଙ୍କୁ ଏହି ସୁବିଧା ମିଳିବ ।

ସୂଚନା ଥାଉକି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କାରଖାନାରେ କାମ କରୁଥିବା ମହିଳା କର୍ମଚାରୀମାନଙ୍କୁ ମଧ୍ୟ ନୂଆ ମାତୃତ୍ୱ ନୀତି ଅଧୀନରେ ସୁରକ୍ଷା ପ୍ରଦାନ କରାଯିବ । କମ୍ପାନୀର ମାନବ ସମ୍ବଳ ମୁଖ୍ୟ ରୁଜେହ ଇରାନୀ କହିଛନ୍ତି କି, ଯେଉଁ ମହିଳାମାନେ ସନ୍ତାନ ଜନ୍ମ କରିବାକୁ ଯାଉଛନ୍ତି ବା ସରୋଗେସି ମାଧ୍ୟମରେ ମା’ ହେବାକୁ ଯାଉଛନ୍ତି ସେମାନଙ୍କୁ ଏହି ନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଯିବ ।

ନୂଆ ମାତୃତ୍ୱ ଛଟି ନୀତିରେ ସମସ୍ତ ଗର୍ଭବତୀ ମହିଳାଙ୍କୁ ୬ ମାସର ନମନୀୟ କାର୍ଯ୍ୟ ବିକଳ୍ପ ଓ ଏବଂ ୨୪ ମାସର ହାଇବ୍ରିଡ କାର୍ଯ୍ୟ ବିକଳ୍ପ ଦିଆଯାଇଛି । ଛୁଟି ସରିବା ପରେ ମ୍ୟାନେଜରଙ୍କ ଅନୁମୋଦନ କ୍ରମେ ୨୬ ସପ୍ତାହ ମାତୃତ୍ୱ ଛୁଟି ଉପଲବ୍ଧ ହେବ । ଏହା ସହ ମହିଳା କର୍ମଚାରୀଙ୍କୁ ସପ୍ତାହର ଆବଶ୍ୟକ ମାତୃତ୍ୱ ଛଟି ମଧ୍ୟ ଦିଆଯିବ ।

ଏହାସହ କମ୍ପାନୀ ତରଫରୁ ଏନେଇ ଏକ ସେଟ୍ ପ୍ରସ୍ତୁତ କରାଯାଇଛି । ଏଥିରେ ପୁରା ୫ବର୍ଷର ଯାତ୍ରାକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଅଧୀନରେ ପ୍ରସବ ପୂର୍ବରୁ ଗୋଟିଏ ବର୍ଷ, ମାତୃତ୍ୱ ସମୟରେ ଏକ ବର୍ଷ ଓ ମା’ ହେବାର ୩ ବର୍ଷ ପରେ ଏହି ବୀମାରାଶି ପ୍ରଦାନ କରାଯିବ । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଡାଇଭରର୍ସିଟି କାଉଁସିଲ ମୁଖ୍ୟ ତଥା ଅଧ୍ୟକ୍ଷ ଆଶା ଖାର୍ଗା କହିଛନ୍ତି ଯେ, ଏହି ଶିଳ୍ପପ୍ରତି ଅଧିକରୁ ଅଧିକ ମହିଳାଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି ।

ଏହାସହ ନୂଆ ମାତୃତ୍ୱ ନିୟମରେ ଆଇଭିଏଫ୍ ଚିକିତ୍ସା ଖର୍ଚ୍ଚରେ ୭୫ ପ୍ରତିଶତ ରିହାତି, ଦୈନିକ ପରିବହନ ସୁବିଧା ଏବଂ ଗର୍ଭାବସ୍ଥାର ଶେଷ ତୈମାସିକରେ ପ୍ରିମିୟମ ଇକୋନୋମି କିମ୍ବା ବିଜନେଓ କ୍ଲାସ ଯାତ୍ରାର ସୁବିଧା ମଧ୍ୟ କମ୍ପାନୀ ଉପଲବ୍ଧ କରାଇବ ।

   Related Posts