ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତଙ୍କୁ ଜାମିନ୍ ଦେଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ
6/09/2022 at 4:29 PM

ଭୁବନେଶ୍ୱର ୦୬/୦୯: ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ମିଳିଲା ଜାମିନ। ଭୁବନେଶ୍ୱର ସ୍ଵତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ସେ ଜାମିନରେ ଆସିବା ପରେ ତାଙ୍କର ପାସପୋର୍ଟ ଦାଖଲ କରିବେ, ବିଦେଶ ଯାଇପାରିବେ ନାହିଁ ବୋଲି ଅଦାଲତ ପକ୍ଷରୁ କୁହାଯାଇଛି। ୨ ଜଣ ଜାମିନଦାରଙ୍କ ଦ୍ୱାରା ଚର୍ଚ୍ଚିତ ମିଶ୍ର ଜାମିନ ପାଇଛନ୍ତି।
ଓଏସଏଲ କମ୍ପାନୀ ବିରୋଧରେ ୨୫ ଲକ୍ଷ ଲାଞ୍ଚ କାରବାର ଅଭିଯୋଗରେ ଚର୍ଚ୍ଚିତ ମିଶ୍ରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରିଥିଲା। ଏହି ଲିଙ୍କରେ ଚର୍ଚ୍ଚିତ ମିଶ୍ରଙ୍କ ସହିତ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ସନ୍ଧ୍ୟା ୭ ଟା ପରେ ଚର୍ଚ୍ଚିତ ମିଶ୍ର ଜେଲରୁ ମୁକୁଳିବେ ବୋଲି ଜଣାପଡ଼ିଛି।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍
31 January 2023
ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଫିଟିପାରେ ଅନେକ ରହସ୍ୟ
31 January 2023
ଜମିଲା କନ୍ଧମାଳ ମହୋତ୍ସବ, ପଲ୍ଲିଶ୍ରୀ ମେଳାରେ କୋଟିଏ ଟଙ୍କାର ବିକ୍ରୀ
31 January 2023