PPLରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲା, ବନ୍ଧାହେଲେ ଶିଳ୍ପପତୀଙ୍କ ପୁଅ ଚର୍ଚ୍ଚିତ ମିଶ୍ର

Published By : Prameya-News7 Bureau | August 06, 2022 IST

ଭୁବନେଶ୍ୱର ୦୬/୦୮: ଶେଷରେ ବନ୍ଧାହେଲେ ମହିମାଙ୍କ ପୁଅ ଚର୍ଚ୍ଚିତ ମିଶ୍ର । ସକାଳ ଭୋର ୪ ଟାରେ ଚର୍ଚ୍ଚିତ CBI ଅଫିସରେ ହାଜର ହୋଇଥିଲେ । ପରେ ତାଙ୍କୁ ମେଡ଼ିକାଲ ଟେଷ୍ଟ ପାଇଁ ନିଆଯାଇଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସୂଚନା ଥାଉକି ଲାଞ୍ଚ କାରବାର ମାମଲାରେ ଲିଷ୍ଟରେ ଥିଲେ ଚର୍ଚ୍ଚିତ ମିଶ୍ରଙ୍କ ନାଁ । ତେବେ ମହିମା ମିଶ୍ର ଓ ଚନ୍ଦନ ମିଶ୍ରଙ୍କୁ CBI ଛାଡି ଦେଇଛି ।

ଏନେଇ ସୂଚନା ଦେଇଛନ୍ତି ମହିମାଙ୍କ ଓକିଲ ଜୟଦ୍ୱୀପ ପାଲ । ସୂଚନା ଥାଉକି, ୨୦ ଘଣ୍ଟା ପରେ ସିବିଆଇରୁ ବାହାରିଛନ୍ତି ମହିମା ମିଶ୍ର । ଗତକାଲି ଦିନ ୧୧ ଟାରୁ ବାପ ପୁଅଙ୍କୁ ମାରାଥନ ଜେରା କରିଥିଲା ସିବିଆଇ ଟିମ୍ । ପାରାଦୀପ ପୋର୍ଟର କନଭେୟର ବେଲ୍ଟ ମରାମତି ନାଁ ରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାରକୁ ନେଇ ଜେରା କରୁଥିଲା ସିବିଆଇ ।

ଭୋର ୪ ଟା ସମୟରେ ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର ସିବିଆଇରେ ହାଜର ହୋଇଥିଲେ । ସିବିଆଇ ଚର୍ଚ୍ଚିତଙ୍କ ନାଁରେ ମାମାଲା ରୁଜୁ କରିଥିବା ବେଳେ ଗତ କାଲି ଏହି ଘଟଣାରେ ୪ ଜଣଙ୍କୁ ଗିରଫ ହୋଇଥିଲେ । ଚର୍ଚ୍ଚିତ ସିବିଆଇରେ ହାଜର ହେବା ପରେ ତାଙ୍କର ମେଡ଼ିକାଲ ଟେଷ୍ଟ କରିବା ସହ ତଦନ୍ତ ଆରମ୍ଭ କରିଛି ସିବିଆଇ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.