ଧର୍ମା ପ୍ରୋଜେକ୍ଟରେ ମହିମା ମକୱାନା, ଏହି ଫିଲ୍ମରେ ଆସିବେ ନଜର

Published By : Prameya-News7 Bureau | September 16, 2022 IST

ମୁମ୍ଵାଇ ୧୬।୦୯: ଅଭିନେତା ଆୟୁଷ ଶର୍ମାଙ୍କ ଅପୋଜିଟ୍‌ରେ ଫିଲ୍ମ  ‘ଅନ୍ତିମ୍‌’ ଜରିଆରେ ବଡ଼ ପରଦାରେ ନଜର  ଆସିଥିଲେ ଅଭିନେତ୍ରୀ ମହିମା ମକୱାନା ।  ସଲମାନ ଖାନ୍‌ ମଧ୍ୟ ଏଥିରେ ଅଭିନୟ  କରିଥିଲେ । ‘ଅନ୍ତିମ୍‌’ର ରିଲିଜ୍‌ ପରେ  ଖୁବ୍‌ ଲୋକପ୍ରିୟତା ହାସଲ କରିଛନ୍ତି  ମହିମା । ସୋସିଆଲ ମିଡିଆରେ ନିଜର  ଫ୍ୟାଶନେବଲ୍‌ ଫଟୋ ଜରିଆରେ  ମଧ୍ୟ ଫ୍ୟାନ୍‌ଙ୍କର ଧ୍ୟାନ ଆକର୍ଷଣ  କରୁଛନ୍ତି ।   ନିକଟରେ ସେ ‘ବସ୍‌  କରୋ ଆଣ୍ଟି’ର ସୁଟିଂ ଶେଷ  କରିଛନ୍ତି । ରୟ କପୁର  ଫିଲ୍ମସ ଓ ଆର୍‌ଏସ୍‌ଭିପି  ମୁଭିଜ୍‌ ଅଧୀନରେ ଫିଲ୍ମଟି  ପ୍ରସ୍ତୁତ ହୋଇଛି । ଏବେ ଚର୍ଚ୍ଚା  ହେଉଛି, ଧର୍ମା ପ୍ରଡକ୍ସନ୍‌ର ଏକ  ପ୍ରୋଜେକ୍ଟ ସେ ହାତେଇଛନ୍ତି। ଏହା ପୂର୍ବରୁ ଅନେକ ଥର ଧର୍ମା  ଅଫିସ୍‌ରେ ମହିମାଙ୍କୁ ଦେଖିବାକୁ  ମିଳିଛି ।

ଖବ୍‌ଶୀଘ୍ର ଅଭିନେତା ଇମ୍ରାନ  ହାଶମିଙ୍କ ଅପୋଜିଟ୍‌ରେ ‘ଶୋଟାଇମ୍‌’  ନାମକ ଓଟିଟି ପ୍ରୋଜେକ୍ଟରେ ସେ  ନଜର ଆସିବେ । ଫିଲ୍ମମେକର୍‌  କରଣ ଜୋହର କିଛି ଦିନ  ତଳେ ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ  ଏହି ପ୍ରୋଜେକ୍ଟ ବିଷୟରେ ଘୋଷଣା  କରିଥିଲେ। ଆସନ୍ତା ନଭେମ୍ବର ମାସରେ  ଏହାର ସୁଟିଂ ଆରମ୍ଭ କରିବାକୁ ଯୋଜନା ରହିଛି । ଏହି  ପ୍ରୋଜେକ୍ଟର ନିର୍ଦ୍ଦେଶନା ଦେଇଛନ୍ତି ମିହିର ଦେସାଇ  ଓ ଅର୍ଚ୍ଚିତ କୁମାର। ଏହାର ଅନ୍ୟ କଳାକାରଙ୍କ  ନାମ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ । ଡିଜ୍‌ନୀ  ପ୍ଲସ୍‌ ହଟ୍‌ଷ୍ଟାର୍‌ରେ ପ୍ରୋଜେକ୍ଟଟି ପ୍ରସାରିତ ହେବ। 

ଟେଲିଭିଜନ୍‌ ଧାରାବାହିକରୁ ଅଭିନୟରେ  କ୍ୟାରିଅର ଆରମ୍ଭ କରିଥିବା ମହିମା ହିନ୍ଦୀ ଓ  ତେଲୁଗୁ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ଜି  ଟିଭିର ‘ସପ୍‌ନେ ସୁହାନେ ଲଡକ୍‌ପନ୍‌ କେ’  ଧାରାବାହିକର ରଚନା ଚରିତ୍ର ଜରିଆରେ ସେ  ଘରେ ଘରେ ପରିଚିତି ପାଇଥିଲେ। ୨୦୨୧  ମସିହାରେ ଆକ୍ସନ୍‌-ଥ୍ରିଲର୍‌ ଫିଲ୍ମ ‘ଅନ୍ତିମ୍‌’  ଜରିଆରେ ସେ ହିନ୍ଦୀ ଫିଲ୍ମ ଉଦ୍ୟୋଗରେ  ପାଦ ଥାପିଥିଲେ। ଫିଲ୍ମରେ ସେ ଆୟୁଷ  ଶର୍ମା ଓ ସଲମାନ ଖାନ୍‌ଙ୍କ ସହ ସ୍କ୍ରିନ୍‌ ସେୟାର  କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.