ଆଖି ଆଗରେ ମାଟିରେ ମିଶିଗଲା ଦୀର୍ଘ ୭୮ବର୍ଷର ସାଧନାସ୍ଥଳୀ, ମହିମା ଗାଦୀ ତୃତୀୟ ବେଢାରୁ ଉଚ୍ଛେଦ

Published By : Prameya-News7 Bureau | November 22, 2022 IST

ଢେଙ୍କାନାଳ ୨୨/୧୧: ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ମହିମାଗାଦୀର ତୃତୀୟ ବେଢାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଯାହାକୁ ନେଇ ମହିମା ଗାଦିରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୫ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ପୋଲିସ ପ୍ରଶାସନ ପକ୍ଷରୁ ଢେଙ୍କାନାଳ ଏସ୍ ଡିପିଓ ସମେତ ବରିଷ୍ଠ ପୁଲିସ ପଦାଧିକାରୀ ମାନେ ଘଟଣାସ୍ଥଳରେ ଡେରା ପକାଇଛନ୍ତି । ଉଛେଦ କରାଯାଉଥିବା ମହିମଗାଦୀ ସ୍ଥିତ ମୁଖ୍ୟ ଗାଦୀ ମନ୍ଦିର ତୃତୀୟ ବେଢାରେ ରହିଥିଲା କୌ ପନୀ ଧାରୀ ମହିମା ସାଧୁ ମାନଙ୍କ ଆଖଣ୍ଡ ବତୀ ମନ୍ଦିର, ଧୂନୀ ମନ୍ଦିର ଓ ଭେକ ମନ୍ଦିର ।

କୌପନୀଧାରୀ ମହିମା ସମାଜ ପକ୍ଷରୁ ଏହି ଜାଗାରେ ଦୀର୍ଘ ବର୍ଷ ଧରି କରାଯାଉଥିଲା ନୀତିକାନ୍ତି । ମହିମା ଗାଦୀର ମୋଟ ୭୬ଏକର ଜାଗାରୁ ଏହି ମାହାଲ ମୁଳ ୯ଗୁଣ୍ଠ ଜାଗାରେ ସ୍ୱର୍ଗତ ଦୀନବନ୍ଧୁ ବାବାଙ୍କ ଅନ୍ତେ ୧୯୪୪ମସିହାରୁ ଉଭୟ ବକଳ ଓ କୌପନୀ ଧାରୀ ସାଧୁଙ୍କ ଲାଗି ରହିଥିଲା ବିବାଦ । ଏପରିକି ଏହି ଜାଗାକୁ ନେଇ ଉଭୟ ସାଧୁ ଗୋଷ୍ଠୀଙ୍କ ମଧ୍ୟରେ ତିକ୍ତତା ଓ ଗଣ୍ଡଗୋଳକୁ ନେଇ ଅନେକ ସମୟରେ ମହିମାଗାଦୀ ସମଗ୍ର ରାଜ୍ୟରେ ଚର୍ଚ୍ଚାର ପରିସରକୁ ଆସିଛି । ତେବେ ଜୋରନ୍ଦା ଯାତ୍ରାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଓ ଜଣ ସମାଗମକୁ ନେଇ ତୃତୀୟ ବେଢାର ଏହି ମାହାଳ ମୂଳ ଜାଗା ଖାଲି କରିବା ଆବଶ୍ୟକତା ଜରୁରୀ ସମ୍ପର୍କରେ ବକଳ ଧାରୀ ମହିମା ସମାଜ ପକ୍ଷରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଫଳରେ ଗତ ୧୮୯୮ମସିହାରେ ହାଇକୋର୍ଟଙ୍କ ପକ୍ଷରୁ ଉଚ୍ଛେଦ ପାଇଁ ନିର୍ଦେଶ କୁ ରଦ୍ଦ ପାଇଁ କୌପନି ଧାରୀ ମହିମା ସାଧୁ ମାନେ ସୁପ୍ରିମ କୋର୍ଟକୁ ଯାଇଥିଲେ । ମାତ୍ର ହାଇକୋର୍ଟଙ୍କ ନିର୍ଦେଶକୁ ସୁପ୍ରିମ କୋର୍ଟ ବଳବତ୍ତର ରଖିବାରୁ ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ବକଲ ଧାରୀକୋର୍ଟଙ୍କ ନିର୍ଦେଶ କ୍ରମେ ପ୍ରଶାସନ ପକ୍ଷରୁ କାରାଯାଉଛି ଉଚ୍ଛେଦ। ତେବେ ଏହି ଉଚ୍ଛେଦ ଜାଗାକୁ ଗଣମାଧ୍ୟମ ଓ କ୍ୟାମେରା କୁ ଅନୁମତି ଦେଉ ନଥିବା ନେଇ ପୁଲିସ ପ୍ରଶାସନର ମାନମୁଖୀ କାର୍ଯ୍ୟ ନେଇ ଚାପା ଉତ୍ତ୍ୱେଜନା ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.