ପ୍ରକୃତ ପ୍ରେମ ପାଇବାରୁ ବଞ୍ଚିତ ଥିଲେ, ବିବାହରେ ବି ନଥିଲା ଖୁସି: ଜନ୍ମଦିନରେ ଜାଣନ୍ତୁ ଭିତିରି କଥା
13/09/2022 at 10:01 AM

ମୁମ୍ୱାଇ ୧୩/୦୯: ଅଭିନେତ୍ରୀ ମହିମା ଚୌଧୁରୀ ଆଜି ତାଙ୍କର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି । ଫିଲ୍ମ ପରଦେଶ୍ ସହିତ ଡେବ୍ୟୁ କରିଥିବା ମହିମା ତାଙ୍କ ସମୟରେ ବହୁ ଖ୍ୟାତି ଅର୍ଜନ କରିଥିଲେ । ଯଦିଓ ନାମ ଏବଂ ଖ୍ୟାତି ପ୍ରକ୍ରିୟା ତାଙ୍କ କ୍ୟାରିୟରରେ ଅଧିକ ଦିନ ରହିନଥିଲା । କିନ୍ତୁ ମହିମା ଚୌଧୁରୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ହେଡଲାଇନ ରହି ଆସିଛନ୍ତି ।
କୁହାଯାଏ ଯେ ଏକଦା ଟେନିସ୍ ଖେଳାଳି ଲିଆଣ୍ଡର୍ ପେସ୍ଙ୍କ ସହ ମହିମାଙ୍କ ଆଫେୟାର ନେଇ ଚର୍ଚ୍ଚା ହେଉଥିଲା । ରିୟା ପିଲ୍ଲାଇଙ୍କ କାରଣରୁ ଉଭୟଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା। ରିୟାଙ୍କ ସହ ଲିଆଣ୍ଡରଙ୍କ ଘନିଷ୍ଠତା ବଢି।ଯାଇଥିଲା ଯେ, ଯେଉଁଥିପାଇଁ ମହିମା ତାଙ୍କ ସହ ସମ୍ପର୍କଙ୍କୁ ଦ ଏଣ୍ଡ କରିଥିଲେ । ୨୦୦୬ରେ, ସେ ବ୍ୟବସାୟୀ ବବି ମୁଖାର୍ଜୀଙ୍କୁ ବିବାହ କରିଥିଲେ । ହେଲେ ବେଶି ଦିନ ତିଷ୍ଠିପାରିନଥିଲା ଏମାନଙ୍କ ସମ୍ପର୍କ ।
ଖୁବ କମ୍ ଦିନରେ ଅଲଗା ହୋଇଥିଲା ଦମ୍ପତ୍ତି । ୨୦୨୧ ମସିହାରେ ମହିମା ଚୌଧୁରୀ ତାଙ୍କ ଜୀବନ ବିଷୟରେ କହିଥିଲେ । ତାଙ୍କ ସହ ଯାହା ଘଟିଥିଲା, ତାହା ତାଙ୍କ କ୍ୟାରିୟରକୁ ପ୍ରଭାବିତ କରିଥିବା ସେ କହିଥିଲେ । ଏହା ସହିତ ସେ ତାଙ୍କର ବିବାହ ଏବଂ ଦୁଇଟି ଗର୍ଭପାତ ବିଷୟରେ ମଧ୍ୟ କହିଥିଲେ । ମହିମା କହିଥିଲେ ଯେ ସେ ଖୁସିରେ ନାହାଁନ୍ତି । ୨୦୦୬ରେ, ମହିମା ବବି ମୁଖାର୍ଜୀଙ୍କୁ ବିବାହ କରିଥିଲେ ।
୨୦୦୭ରେ, ଉଭୟଙ୍କର ଝିଅ ଆରିନା ମୁଖାର୍ଜୀ ଜନ୍ମ ହୋଇଥିଲେ । ପରେ ୨୦୧୩ରେ ଏହି ଦମ୍ପତି ଛାଡପତ୍ର ଘୋଷଣା କରିଥିଲେ । ମହିମା ଚୌଧୁରୀ କହିଥିଲେ ଏସବୁ ପାଇଁ ମୁଁ ବହୁତ ସମସ୍ୟାର ସମ୍ମୁଖୀନ ହୋଇଛିି । ଜଣେ ସିଙ୍ଗଲ ମଦର ହେବା ବହୁତ କଷ୍ଟକର । ଏହା ମୋ କ୍ୟାରିୟର ଉପରେ ବି ବେଶ୍ ପ୍ରଭାବ ପକାଇଥିଲା ।
ଯେବେ ମୁଁ କୌଣସି ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଯାଇ ବା କିଛି କାମ ଥାଏ ତ ମୋ ଝିଅକୁ ମାଆ ନିକଟରେ ଛାଡି ଯାଏ । ବହୁତ ଷ୍ଟ୍ରଗଲିଙ୍ଗ ମୋ ଲାଇଫ୍ । ତେବେ ଏସବୁରେ ତାଙ୍କ ମାାଙ୍କର ଥିବା ବଳିଷ୍ଠ ଅବଦାନ । ଏତିକିରେ ସରିନଥିଲା ତାଙ୍କ ଦୁଃଖ । ୨୦୨୨ରେ ସେ କ୍ୟାନସରରେ ପୀଡିତ ହେଲେ । ତେବେ ଉତ୍ତମ ଚିକିତ୍ସା ବଳରେ ସେ ଏବେ କ୍ୟାନସରକୁ ମାତ୍ ଦେଇ ସୁସ୍ଥ ଅଛନ୍ତି ।