oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

twitter ଇଣ୍ଡିଆ ପବ୍ଲିକ୍ ପଲିସି ମୁଖ୍ୟ ପଦବୀରୁ ମହିମା କୌଲଙ୍କ ଇସ୍ତଫା

7/02/2021 at 4:23 PM

ନୂଆଦିଲ୍ଲୀ ୭।୨: ଟ୍ୱିଟର ଇଣ୍ଡିଆର ପବ୍ଲିକ ପଲିସି ମୁଖ୍ୟ ପଦରୁ ମହିମା କୌଲ ଇସ୍ତଫା ଦେଇଛନ୍ତି। କମ୍ପାନୀର ଜନୈକ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଥିବା ବେଳେ ସେ ତାଙ୍କ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କହିଛନ୍ତି। ତେବେ ମହିମା ଜାନୁୟାରୀରୁ ତାଙ୍କ ପଦରୁ ଇସ୍ତଫା ଦେଲେଣି। ହେଲେ ସେ ମାର୍ଚ୍ଚ ପର୍ଯ୍ୟନ୍ତ ଟ୍ୱିଟର ଇଣ୍ଡିଆ ସହ ସମ୍ପୃକ୍ତ ରହିବେ।

ଗତ ୨୦୧୫ ମସିହାରୁ ମହିମା ଟ୍ୱିଟରରେ କାର୍ଯ୍ୟ କରିଆସୁଛନ୍ତି। ତେବେ ସେ କାର୍ଯ୍ୟରୁ ସାମୟିକ ବ୍ରେକ୍‌ ନେବା ଲାଗି ଚାକିରୀରୁ ଇସ୍ତଫା ଦେଇଥିବା ତାଙ୍କ ନିକଟତମ ସୂତ୍ରରୁ ଜଣାପଡିଛି। ସେପଟେ ମହିମାଙ୍କ ଇସ୍ତଫା ଯୋଗୁ ରିକ୍ତ ହେଉଥିବା ପଦବୀ ଲାଗି ଟ୍ୱିଟର ପ୍ରାର୍ଥୀ ସନ୍ଧାନ ଆରମ୍ଭ କରିଦେଇଛନ୍ତି। ଏଥିଲାଗି କମ୍ପାନୀ ଆବେଦନ ଆହ୍ୱାନ କରିଥିବା ଜଣାପଡିଛି।

କମ୍ପାନୀ ଲାଗି ମହିମାଙ୍କ ସ୍ଥାନରେ ଯୋଗ୍ୟ ପ୍ରାର୍ଥୀ ନ ମିଳିବା ପର୍ଯ୍ୟନ୍ତ ମହିମା ତାଙ୍କ ପଦବୀରେ ଅବସ୍ଥାପିତ ରହିବେ। ମହିମାଙ୍କ ଇସ୍ତଫା ସମ୍ପର୍କରେ ସେତେବେଳେ ଜଣାପଡିଲା ଯେତେବେଳେ ଦେଶରେ ସୋସିଆଲ ମିଡିଆକୁ ନେଇ ଲଗାତାର ପ୍ରଶ୍ନ ଉଠିଲା। ଗତ ୧ ବର୍ଷରୁ ଊର୍ଦ୍ଧ୍ୱ କାଳ ହେଲା ଘୃଣ୍ୟ ମନ୍ତବ, ଉତ୍ତେଜନାମୂଳକ ପୋଷ୍ଟ ନେଇ ଟ୍ୱିଟର ଲଗାତାର ଶରବ୍ୟ ହେଉଛି। ଏହା ଛଡା ନିକଟରେ କୃଷକ ଆନ୍ଦୋଳନକୁ ନେଇ ଟ୍ୱିଟରରେ ଉତ୍ତେଜନାମୂଳକ ପୋଷ୍ଟ ପରେ ଭାରତ ସରକାରଙ୍କ ନଜର ସଂସ୍ଥା ଉପରେ ପଡିଥିଲା।

ବିବାଦୀୟ ଟ୍ୱିଟ୍‌ କରୁଥିବା ୨୫୦ଟି ଆକାଉଣ୍ଟକୁ ବ୍ଲକ୍‌ କରିବା ଲାଗି ଟ୍ୱିଟର ଉପରେ ଚାପ ପକାଇଥିଲେ, ନଚେତ ଟ୍ୱିଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଚେତବନୀ ମଧ୍ୟ ଦେଇଥିଲେ। ତେବେ ଏପରି ଟ୍ୱିଟ୍‌ ସବୁକୁ ହଟାଇବା  ଅଥବା ଆକାଉଣ୍ଟ ବ୍ଲକ୍‌ କରିବା ଲାଗି ଭାରତ ସରକାରଙ୍କ ଦାବି ଉପରେ ଏବେବି ଗତିରୋଧ ଜାରି ରହିଛି। ଏଣୁ ଆଗାମୀ ଦିନରେ ସରକାର ଏ ଦିଗରେ କାର୍ଯ୍ୟାନୁଷ୍ଠାନ କରିବେ ବୋଲି ସତର୍କ ମଧ୍ୟ କରାଇଛନ୍ତି।

   Related Posts