ମହିଳାଙ୍କୁ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କଲେ ଯୁବକ, ଅଭିଯୋଗ ପରେ ବି ପୋଲିସ ଚୁପ୍ : ନ୍ୟାୟ ମାଗିଲେ ପୀଡିତା

Published By : Prameya-News7 Bureau | August 23, 2021 IST

ଆନନ୍ଦପୁର, ୨୩|୦୮: ମହିଳାଙ୍କୁ ପ୍ରେମ ନିବେଦନ କଲେ । ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲେ । ମହିଳା ରାଜି ନହେବାରୁ ବାରମ୍ବାର ଫୋନ କରି ହଇରାଣ କଲେ ଯୁବକ  । ମାମଲା ଥାନାକୁ ଗଲା ପରେ ବି ପୋଲିସ ନିରବ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ମଧୁପୁର ଗ୍ରାମରେ ଏହି ଘଟଣାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି ।

ସୂଚନାନୁସାରେ,  ମହିଳାଙ୍କ ସ୍ବାମୀ ବାହାରେ କାମ କରୁଥିବାବେଳେ ସେ ଗାଁରେ ଏକ ଛୋଟ ଜଳଖିଆ ଦୋକାନ କରିଛନ୍ତି । ଦୋକାନକୁ ଆସୁଥିବା ଆଇତିପୁର ଗ୍ରାମର ଅମର ଦାସ ନାମକ ଯୁବକ ଗତ କିଛିଦିନ ହେବ ତାଙ୍କୁ ଫୋନ କରି ପ୍ରେମ ନିବେଦନ କରୁଥିଲେ । ଏହାସହ ଶାରିରୀକ ସମ୍ପର୍କ ରଖିବାକୁ କହୁଥିଲେ । ଏପରିକି ମହିଳା ରାଜି ନହେବାରୁ ତାଙ୍କ ଦୋକାନରେ ପହଞ୍ଚି ଟଣା ଓଟରା କରିଥିଲେ ।  

ତେବେ ଯୁବକ ଜଣଙ୍କର କାରନାମାର ଫୋନ୍ ରେକଡିଂ ଓ ସମସ୍ତ ତଥ୍ୟ ପ୍ରମାଣ ନେଇ ଗତ ୧୧ ତାରିଖରେ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ଚୁପ୍ ହୋଇ ବସିଛି । ସେପଟେ ପୋଲିସର ନିରବତା ଯୋଗଁ ଅଭିଯୁକ୍ତ ଯୁବକ ସାହସ ପାଇ ମହିଳାଙ୍କୁ ଧମକ  ଦେଉଥିବା ପୀଡିତା କହିଛନ୍ତି ।

ଘଟଣାକୁ ନେଇ ଆନନ୍ଦପୁର ଏସଡିପିଓ ଅନିଲ ବେଉରିଆ କହିଛନ୍ତି ଯେ,  ଗତ ୧୧ ତାରିଖରେ କେସ୍ ରେଜିଷ୍ଟ୍ରି ହୋଇଛି । ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢଉ ଚାଲିଛି । ଖୁବ୍ ଶୀଘ୍ର ପୋଲିସ ହାତରେ ଅଭିଯୁକ୍ତ ଧରାପଡିବ ବୋଲି ସେ କହିଛନ୍ତି। ସୋପଟେ ନିଜକୁ ଅସୁରକ୍ଷିତ ମଣୁଥିବା ମହିଳା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଅଭିଯୁକ୍ତ ଧରା ନପଡିବା ପର୍ଯ୍ୟନ୍ତ ସେ ଧାରଣାରେ ବସିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.