ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ମହିଳାଙ୍କୁ ହତ୍ୟା କରି ଫିଙ୍ଗିଦେଲେ, ମୃତଦେହ ନିକଟରୁ ୩ ବର୍ଷର ଶିଶୁପୁତ୍ର ଉଦ୍ଧାର

26/06/2021 at 7:18 AM

କେନ୍ଦ୍ରାପଡା, ୨୬|୦୬:  ମହିଳାଙ୍କୁ ନିର୍ମମ ଭାବେ ହତ୍ୟା । ମୃତଦେହ ନିକଟରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲା ୩ ବର୍ଶର ଶିଶୁ ପୁତ୍ର । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା କଣ୍ଡରାପାଟିଆ ଲୁଣା ଜଙ୍ଗଲ ରାସ୍ତା ପାଖରେ ।

ସୂଚନା ଅନୁସାରେ, ଶନିବାର ଲୁଣା ଜଙ୍ଗଲ ରାସ୍ତା ପାର୍ଶ୍ୱରେ ଜଣେ ମହିଳାଙ୍କୁ ହତ୍ୟା କରି ଦୁର୍ବୃତ୍ତମାନେ ଫିଙ୍ଗି ଦେଇଛନ୍ତି । ମହିଳାଙ୍କୁ ହତ୍ୟା ସହ ତାଙ୍କର ୩ ବର୍ଷର ଶିଶୁ ପୁତ୍ରକୁ ମଧ୍ୟ ଆକ୍ରମଣ କରାଯାଇଥିବା ଜଣାପଡିଛି । ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖିବା ସହ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଏହାପରେ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମହିଳାଙ୍କ ପରିଚୟ ମିଳିପାରି ନାହିଁ । ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

   Related Posts