ଧରମଭାଇ ସାଙ୍ଗେ ଚାଲିଥିଲା ପରକୀୟା ପ୍ରୀତି, ହୋଟେଲ୍ ରୁମରୁ ମିଳିଲା ମହିଳାଙ୍କ ମୃତଦେହ

Published By : Prameya-News7 Bureau | August 08, 2022 IST

ନୟାଗଡ ୦୮/୦୮: ହୋଟେଲରୁ ମିଳିଲା ମହିଲାଙ୍କ ମୃତଦେହ । ଧରମଭାଇ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର । ତେବେ ପରକୀୟା ପ୍ରୀତି ମୃତ୍ୟୁର କାରଣ ବୋଲି ସନ୍ଦେହ କରାଯାଉଛି । ମୃତକ ହଲେ ଫତେଗଡ ଥାନା ଖୁଣ୍ଟୁପଡା ଗଁ।ର ଟିକନ ବାଘାସିଂହଙ୍କ ସ୍ତ୍ରୀ ସିଲି । ସିଲିଙ୍କ ସ୍ୱାମୀ ବାହାର ରାଜ୍ୟରେ ରହି କାମ କରୁଥିବାବଳେ ଗତ ୬ ମାସ ହେଲା ଗଁ।ରେ ରହୁଥିଲେ । ତାଙ୍କର ୯ବର୍ଷର ଏକ ପୁଅ ଅଛି ।

ସିଲିଙ୍କୁ ନିଜ ଗାଁର ଦୟାନିଧୀ ମହାପାତ୍ର ଧରମଭଉଣୀ କରିଥିଲେ । ଉଭୟ ପରିବାରଙ୍କ ମଧ୍ୟରେ ସବୁ ସମୟରେ ଯିବାଆସିବା ରହିଥାଏ । ଏପରିକି ଦୟାନିଧୀ ବିଭିନ୍ନ ସମୟରେ ସିଲିଙ୍କ ଠାରୁ ଆର୍ଥୀକ ଧାର ଉଦ୍ଧାର ମଧ୍ୟ ନେଉଥିବା ସିଲିଙ୍କ ପରିବାର ଅଭିଯୋଗ କରିଛି । ଗତ ୫ ତାରିଖରେ ସିଲି ଦୟାନିଧୀଙ୍କ ଘରକୁ ଯାଇ ଆଉ ଫେରିନଥିଲେ ।

ପରିବାର ଲୋକ ବହୁ ଖୋଜାଖୋଜି କରି ନପାଇବା ପରେ ଜଗନ୍ନାଥ ପ୍ରସାଦ ଫାଣ୍ଡିରେ ଅଭିଯୋଗ କରିଥିଲେ । ଦୟାନିଧୀ ଏବଂ ସିଲି ୫ତାରିଖ ରାତିରେ ନୟାଗଡ ସହରରେ ଥିବା ତ୍ରୀନାଥ ହୋଟେଲ୍ରେ ରୁମ୍ ବୁକ୍ କରି ରହୁଥିଲେ । ଆଜି ସନ୍ଧ୍ୟାରେ ଦୟାନିଧୀ ବାହାରକୁ କାମକୁ ଯାଇ ଫେରିବା ପରେ ରୁମ୍ ବାଡାଇଥିଲେ ମଧ୍ୟ ସିଲି ଭିତରପଟୁ କବାଟ ଖୋଲିନଥିଲେ ।

ପରେ ହୋଟେଲ୍ କର୍ମଚାରୀଙ୍କ ସାହାଯ୍ୟରେ କବାଟ ଭାଙ୍ଗି ଖୋଲିବା ପରେ ଫ୍ୟାନରେ ସିଲିଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ । ତେବେ ପରିବାର ଲୋକେ ଦୟାନିଧୀ ସିଲିକୁ ହତ୍ୟା କରିଥିବା ଅଭିଯୋଗ କରିଛି । ଘରୁ ଆସିବା ସମୟରେ ସିଲି ବହୁ ପରିମାଣରେ ସୁନାଗହଣା ଓ ଟଙ୍କା ନେଇକରି ଆସିଥିଲା ବୋଲି ସେମାନେ କହିଛି । ଦୟାନିଧୀ ଝିଅ , ମହିଳାଙ୍କୁ ଆଣି ଦେହବ୍ୟବସାୟ କରେ ।

ସିଲି ଏଥିରେ ରାଜି ନହେବାରୁ ଏବଂ ସୁନାଗହଣା ଲୋଭରେ ତାକୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛି । ହୋଟେଲ୍ କର୍ମଚାରୀଙ୍କ ଠାରୁ ଖବର ପାଇବାପରେ ଟାଉନ୍ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୟାନିଧୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ଫରେନ୍ସିକ୍ ଟିମ୍ ଆସିବା ପରେ ମୃତଦେହକୁ ବ୍ୟବଛେଦ ପାଇଁ ପଠାଯିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.