ନାଳରୁ ମିଳିଲା ମହିଳାଙ୍କ ମୃତଦେହ, ଶୌଚ ହେବାକୁ ଯାଇ ବୁଡ଼ି ଯାଇଥିଲେ
24/08/2022 at 11:18 AM

ଢେଙ୍କାନାଳ ୨୪/୦୮: ନାଳକୁ ଶୌଚ ହେବାକୁ ଯାଇ ବୁଡି ଯାଇଥିଲେ ମହିଳା । ଆଉ ଆଜି ସକାଳେ ତାଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଢେଙ୍କାନାଲ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶାଙ୍କୁଲେଇ ଗ୍ରାମ ନିକଟସ୍ଥ ବଡ଼ ଜୋରା ନାଳରୁ ଏହି ମହିଳାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ।
ମୃତ ମହିଳା ଜଣଙ୍କ ଶାଙ୍କୁଲେଇ ଗ୍ରାମର ପ୍ରମୋଦ ରାଉତଙ୍କ ପତ୍ନୀ ବୀଣାପାଣି ରାଉତ ବୋଲି ଜଣାପଡିଛି । ଗତ ସନ୍ଧ୍ୟାରେ ସେ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରିନଥିଲେ । ତେବେ ପରିବାର ଲୋକେ ତାଙ୍କୁ ଗତ ରାତିରେ ଖୋଜା ଖୋଜି କରି ପାଇନଥିଲେ ।
ମାତ୍ର ଆଜି ସକାଳେ ତବକ ମୃତଦେହ ନାଳରେ ଭାସୁଥିବା ଦେଖି ଗାଁ ଲୋକେ ଉଦ୍ଧାର କରିଥିବା ପ୍ରକାଶ କରିଛନ୍ତି । ନାଳକୁ ଶୌଚ ହେବାକୁ ଯାଇ ପାଣିରେ ବୁଡି ଯାଇଥିବା ଗ୍ରାମବାସୀ କରିଛନ୍ତି ।
Related Posts
ମାର୍ଚ୍ଚ ୧୦ ରୁ ମାଟ୍ରିକ୍ ସମ୍ମେଟିଭ୍ ୨, ସକାଳ ୮ଟାରୁ ୧୦ଟା ଯାଏଁ ପରୀକ୍ଷା
5 February 2023
ଡକାୟତି ଯୋଜନା ପଣ୍ଡ, ୫ଜଣଙ୍କୁ ବାନ୍ଧିଲା ପୋଲିସ
5 February 2023
ସ୍କୁଲରେ ଭୂତ ଭୟ ! ଦୀର୍ଘ ଦିନ ହେବ ବିଦ୍ୟାଳୟରେ ଝୁଲୁଛି ତାଲା
5 February 2023