ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର: ପରିବାର ପକ୍ଷରୁ ହତ୍ୟା ଅଭିଯୋଗ, ସ୍ବାମୀ ଥାନାରେ ଅଟକ
18/02/2020 at 6:44 PM

ରାଇରଙ୍ଗପୁର ୧୮।୦୨: ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ହାତୀଶାଳ ଗାଁରେ ଘଟିଛି ଘଟଣା । ମୃତ ମହିଳା ସମ୍ବାରୀ ମାରାଣ୍ଡି ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚ ତଦନ୍ତ ଆରମ୍ବ କରିଛି ।
ସୂଚନାଯୋଗ୍ୟ ଯେ, ହାତୀଶାଳ ଗାଁରେ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତକଙ୍କ ପରିବାର ଲୋକଙ୍କ ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇଛି । ତେବେ ପୋଲିସ ଘଟଣାର ତଦନ୍ତ କରି ମହିଳାଙ୍କ ସ୍ବାମୀ ରତନ ବାସ୍କେଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଘଟଣାସ୍ଥଳରେ ପୋଲିସ ଓ ଏକ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନ୍ଭିନ୍ ଜାରି ରଖଛି ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023
ଷ୍ଟିୟରିଂ ଫେଲ୍ ମାରିବାରୁ ଓଲଟିଲା ଯାତ୍ରୀବାହୀ ବସ୍, ୧୫ରୁ ଅଧିକ ଆହତ
27 January 2023
ଯାତ୍ରୀବାହି ବସ୍ ଓଲଟି ୧୦ ଆହତ; ଉଦ୍ଧାର କାର୍ଯ୍ୟ ଜାରି
27 January 2023