ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
26/02/2020 at 9:46 AM

ସାନଖେମୁଣ୍ଡି ୨୬।୦୨: ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ ମହିଳା ନମିତା ସାହୁ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ପଳାସପୁର ଗାଁର ଘଟଣା । ଘଟଣାସ୍ଥଲରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ବୁଧବାର ଦିନ ନମିତାଙ୍କ ମୃତଦେହ ପାଟପୁର ଥାନା ପଳାଶପୁର ରେ ଥିବା ନିଜ ଘର ନିକଟରୁ ଉଦ୍ଧାର ହୋଇଛି । ମୃତଦେହ ପଡିଥିବା ଦେଖି ସ୍ଥାନୀୟଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ତୁରନ୍ତ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ନମିତା ୯ଦିନ ଧରି ନିଖୋଜ ଥିଲେ । ତେବେ କେଉଁଭଳି ପରିସ୍ଥିତିରେ ମହିଳାଙ୍କୁ ହତ୍ୟା କରାଯାଇଛି । ଏବଂ କିଭଳି ମହିଳାଙ୍କ ମୃତଦେହ, ତାଙ୍କ ଘର ନିକଟରେ ପଡିଛି । ହତ୍ୟାକାଣ୍ଡ ନା ଆତ୍ମହତ୍ୟା ନେଇ ତଦନ୍ତ ଜାରି ରଖିଛି ପୋଲିସ ।