ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ବିଫଳ, ଓଭରବ୍ରିଜ ଉପରୁ ଉଦ୍ଧାର କଲା ପୋଲିସ
17/01/2023 at 3:42 PM

କଟକ ୧୭/୦୧: ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ବିଫଳ । ଉଦ୍ଧାର କଲା ପୋଲିସ । ଘଟଣା ଘଟିଛି ମଧୁପାଟଣା ଛକ ଓଭରବ୍ରିଜ ନିକଟରେ ।
ସୂଚନା ଥାଉକି, ଅପରାହ୍ନରେ ଜଣେ ମହିଳା ଓଭରବ୍ରିଜ୍ ଉପରୁ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ମହିଳା । ତେବେ ସାଙ୍ଗରେ ଥିବା ଛୋଟ ଛୁଆଟିକୁ ଛାଡି ତଳକୁ ଡେଇଁବାକୁ ଚେଷ୍ଟା କରୁଥିଲେ ମହିଳା ଜଣଙ୍କ । କିନ୍ତୁ ସେଠାରେ ପୂର୍ବରୁ ଉପସ୍ଥିତ ଟ୍ରାଫିକ୍ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମହିଳାଙ୍କୁ ଉଦ୍ଧାର କରିଥିଲେ । ଏହାସହ ଉଦ୍ଧାର କରିବା ପରେ ମଧୁପାଟଣା ପୋଲିସ ଜିମା ଦିଆଯାଇଥିଲା ।
ତେବେ ଆତ୍ମହତ୍ୟା ମହିଳା ଜଣଙ୍କ କାହିଁକି ଏଭଳି କରୁଥିଲେ ତାହା ଜଣାପଡିନି । ଯାହା ଜଣାପଡୁଛି ପାରିବାରିକ କଳହ କାରଣରୁ ଏପରି ହୋଇଥାଏପାରେ । ଏବେ ପୋଲିସ ମହିଳାଙ୍କୁ ଥାନାକୁ ଆଣି ଅଧିକ ପଚରା ଉଚରା କରୁଛି ।
Related Posts
ଗଛରେ ଝୁଲୁଛି ମୃତଦେହ, ମୃତକଙ୍କ ପରିଚୟ ଓ ମୃତ୍ୟୁର କାରଣ ଅସ୍ପଷ୍ଟ
29 January 2023
ଯୁବକଙ୍କ ଗଳିତ ମୃତଦେହ ଠାବ, ପୋଲିସ କରୁଛି ତଦନ୍ତ
29 January 2023