ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

Budget 2023:  ପ୍ରଥମ ଥର ମହିଳା ସମ୍ମାନ ସଞ୍ଚୟ ଯୋଜନା ଆରମ୍ଭ, ଜାଣନ୍ତୁ କେତେ ଜମା କରି ପାରିବେ ମହିଳା

1/02/2023 at 4:44 PM

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ସଂସଦରେ ଆର୍ଥିକ ବର୍ଷ ୨୦୨୩ ବର୍ଷ ପାଇଁ ବଜେଟ୍ ଆଗତ କରିଛନ୍ତି। ନିଜ ବଜେଟ୍ ଭାଷଣରେ ମହିଳାଙ୍କ ପାଇଁ ସ୍ଵତନ୍ତ୍ର ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଯୋଜନାର ନାମ ‘ମହିଳା ସମ୍ମାନ ସଞ୍ଚୟ ଯୋଜନା’। ଯୋଜନା ଅଧିନରେ ମହିଳା କିମ୍ବା ବାଳିକାଙ୍କ ନାମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରାଯାଇ ପାରିବ। ଏହା ଉପରେ ୭.୫ ପ୍ରତିଶତର ସୁଧ ମିଳିବ। ମହିଳା ସମ୍ମାନ ଯୋଜନା ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ।

ଉଲ୍ଲେଖଯୋଗ୍ୟ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସ୍ଵାଧୀନ ଭାରତରେ ଲଗାତାର ପଞ୍ଚମ ବଜେଟ୍ ଉପସ୍ଥାପନ କରିବାରେ ପଞ୍ଚମ ମନ୍ତ୍ରୀ ହୋଇ ପାରିଛନ୍ତି। ତାଙ୍କ ବ୍ୟତୀତ ଲଗାତାର ପଞ୍ଚମ ବଜେଟ୍ ଏବଂ ବଜେଟ୍ ଭାଷଣ ଦେଇଥିବା ନେତାଙ୍କ ମଧ୍ୟରେ ଅରୁଣ ଜେଟଲୀ, ପି ଚିଦାମ୍ବରମ, ଯଶବନ୍ତ ସିହ୍ନା, ମନମୋହନ ସିଂ ଏବଂ ମୋରାରଜୀ ଦେଶାଇ।

ଏହା ନରେନ୍ଦ୍ର ମୋଦୀ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍। ୨୦୨୪ରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ଠିକ୍ ପୂର୍ବରୁ ୨୦୨୪ରେ ସରକାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ। ସାଧାରଣ ଅନ୍ତରୀଣ ବଜେଟ୍‌ରେ ସରକାର କୌଣସି ନୀତିଗତ ନିଷ୍ପତ୍ତି ନିଅନ୍ତି ନାହିଁ। କିନ୍ତୁ ଲୋଭନୀୟ ଯୋଜନା ନିଶ୍ଚୟ ଘୋଷଣା କରାଯାଏ।

   Related Posts