ରାଜଧାନୀରେ କଂଗ୍ରେସର ବିଶାଳ ମହିଳା ସମାବେଶ, ଯୋଗ ଦେବେ ଅଳକା ଲାମ୍ବା

Published By : Prameya-News7 Bureau | February 21, 2024 IST

ଭୁବନେଶ୍ୱର ୨୧।୦୨ : ବୁଧବାର ରାଜଧାନୀରେ କଂଗ୍ରେସର ବିଶାଳ ମହିଳା ସମାବେଶ। ଶକ୍ତି ପ୍ରଦର୍ଶନ କରିବେ କଂଗ୍ରେସ ମହିଳା। ଏଥିପାଇଁ ଭୁବନେଶ୍ବର ଆସିଛନ୍ତି ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ।

wp:embed {"url":"https://www.prameyanews7.com/congress-mahila-samavesh-on-21st-february/","type":"wp-embed","providerNameSlug":"prameya-news-7"}
https://www.prameyanews7.com/congress-mahila-samavesh-on-21st-february/
/wp:embed

ତେବେ ସର୍ବଭାରତୀୟ ମହିଳା ସଭାନେତ୍ରୀ ହେବା ପରେ ପ୍ରଥମ ଥର ଲାଗି ଓଡ଼ିଶା ଆସିଛନ୍ତି ଅଳକା ଲାମ୍ବା । ଆଜି କଂଗ୍ରେସର ବିଶାଳ ମହିଳା ସମାବେଶରେ ସେ ଯୋଗଦେବେ । ସମସ୍ତ ସାଂଗଠନିକ ଜିଲ୍ଲାରୁ ହଜାର ହଜାର ମହିଳା ଏହି ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମହିଳା ବିରୋଧୀ ନୀତି ଅଭିଯୋଗରେ ରାଜରାସ୍ତାରେ ବିକ୍ଷୋଭ କରିବ ମହିଳା କଂଗ୍ରେସ । ନିର୍ବାଚନ ପୂର୍ବରୁ ରାଜଧାନୀରେ ଏଭଳି ଏକ ମହିଳା ସମାବେଶ କରି ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନା କରିଛି କଂଗ୍ରେସ । କଂଗ୍ରେସ ଭବନ ବାହାରେ ହେବ ଏହି ମହିଳା ସମାବେଶ।

wp:embed {"url":"https://www.prameyanews7.com/virat-kohli-and-anushka-sharma-have-announced-the-birth-of-their-second-child-a-baby-boy-named-akaay/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-and-anushka-sharma-have-announced-the-birth-of-their-second-child-a-baby-boy-named-akaay/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.