oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ପାରିବାରିକ କଳହର ସାଂଘାତିକ ଚିତ୍ର: ଶୁଣିଲେନି ଦମ୍ପତ୍ତିଙ୍କ କାକୁତିବିନତି, ଶେଷରେ ମହିଳାଙ୍କୁ ଲଣ୍ଡା ସହ ଜରିମାନା ଆଦାୟ କଲା ସମାଜ

10/02/2021 at 11:02 AM

କୁଚିଣ୍ଡା ୧୦।୦୨: ପାରିବାରିକ କଳହର ଅଭାବନୀୟ ଘଟଣା । ଝିଅ ଟିଏ ବାହା ହୋଇ ଶାଶୁ ଘର ଆସିଥାଏ । ମା ବଦଳରେ ଶାଶୁ ଏବଂ ଭଉଣୀ ବଦଳରେ ଯାଆଟି ପାଇଥାଏ । କିନ୍ତୁ ଯେତେବେଳେ ସେହି ଦୁହେଁ (ଶାଶୁ ଓ ଯାଆ) ସ୍ନେହ ବଦଳରେ ଅତ୍ୟାଚର କରିଥାନ୍ତି । ତେବେ ସି ଝିଅ କହିବା କାହାକୁ । ଏପରି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି ।  ଗୋଟିଏ ପରିବାରରେ ଶାଶୂ, ଦୁଇ ବୋହୂ ମଧ୍ୟରେ କୌଣସି କାରଣରୁ କଳହ ଲାଗିଥିଲା। ଶେଷରେ କଥା ଗାଁ ସମାଜରେ କଥା ପଡିବା ପରେ ସମାଜର ଲୋକେ ବୋହୂଙ୍କ ମୁଣ୍ଡ ଲଣ୍ଡା କରିଛନ୍ତି। ଏପିରିକି ସାମାଜ ବୈଠକରେ ମହିଳାଙ୍କୁ ୬ ହଜାର ଟଙ୍କା ଜରିମାନା ଓ ଲଣ୍ଡା କରିବା ଘଟଣା । ସାରା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ଖବର ଅନୁଯାୟୀ, ଗତ ୫ତାରିଖ ଦିନ କୁଚିଣ୍ଡା ଥାନା ପାରୁଆଭାଡ଼ି ଗାଁରେ ଜଣେ ମହିଳା , ଘରେ ତାଙ୍କ ସ୍ୱାମୀ ନଥିବା ବେଳେ ଶାଶୁ ଓ ବଡ଼ ଯା ଆସି ଯୌତୁକ କିଛି ଆଣିନଥିବା କହି ପାଟିତୁଣ୍ଡ କରିଥିଲେ । ମହିଳା ଜଣଙ୍କ କଣ ପାଇଁ ଏତେ ପାଟି କାଇ କରୁଛି କହି ବଡ଼ ଯାଙ୍କ ମୁହଁକୁ ହାତରେ ବନ୍ଦ କରିଥିଲେ ।  ଏଥିରେ ବଡ଼ ଯାଆ ଓ ଶାଶୁ ରାଗିଯାଇଥିଲେ । ପରେ ମହିଳାଙ୍କ ମିଶି ମାଡ଼ ମାରିବା ସହ ଚୁଡ଼ି ଭାଙ୍ଗିବା ଏବଂ ଲୁଗା ମଧ୍ୟ ଚିରି ଦେଇଥିଲେ । ଯାହାକୁ ନେଇ ଗାଁରେ ସାମାଜିକ ବୈଠକ ବସିଥିଲା । ଏଥିରେ ମହିଳାଙ୍କୁ ଲଣ୍ଡା କରିବା ସହିତ ୬ ହଜାର ଟଙ୍କା ଜରିମାନା କରାଯାଇଥିଲା। ବଡ଼ଯା’ଙ୍କୁ ପିଟିବା ଅର୍ଥ ଦେଡ଼ଶୁରଙ୍କୁ ପିଟିବା ସହ ସମାନ କହି ବୈଠକରେ ନିଷ୍ପତ୍ତି ଶୁଣାଇଥିଲେ।

ଲଣ୍ଡା ନକରିବାକୁ ମହିଳା ଜଣକ ଯେତେ କାକୁତିବିନତି କରିଥିଲେ କିନ୍ତୁ କେହି ଶୁଣିନଥିଲେ। ଏପରିକି ମହିଳାଙ୍କ ସ୍ୱାମୀ ସମାଜ ଭାଇଙ୍କୁ ଜରିମାନା ଟଙ୍କା ଅଧିକ ନିଅନ୍ତୁ, କିନ୍ତୁ ମୋ ପତ୍ନୀର ମୁଣ୍ଡ ଲଣ୍ଡା ନକରନ୍ତୁ ବୋଲି ଅନୁରୋଧ କରିଥିଲେ। ହେଲେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଅନୁରୋଧ କେହି ବି ଶୁଣିନଥିଲେ। ସମସ୍ତଙ୍କ ସମ୍ମୁଖରେ ମହିଳାଙ୍କୁ ଲଣ୍ଡା କରାଯାଇଥିଲା ।ଏହି ଘଟଣା ପରେ ସଂପୃକ୍ତ ମହିଳା ଜଣକ ଲୋକଲଜ୍ଜାରେ ଶାଶୂଘର ଛାଡ଼ି ତାଙ୍କ ମା’ ଘରେ ରହୁଛନ୍ତି। ଏହାକୁ ନେଇ ମହିଳା ଜଣକ ଆଜି କୁଚିଣ୍ଡା ଥାନା ଆସି ୯ ଜଣକ ବିରୋଧରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

   Related Posts