ହୋଟେଲ୍‌ ରୁମ୍‌ରୁ ମିଳିଲା ମହିଳାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?

Published By : Prameya-News7 Bureau | September 29, 2022 IST

ପୁରୀ ୨୯।୦୯ : ପୁରୀର ହୋଟେଲ ମେ ଫେୟାର ୱେଭସରେ ମହିଳାଙ୍କ ମୃତଦେହ ଉଦ୍ଧାର। ମୃତ ମହିଳା ଜଣଙ୍କ ହେଲେ ଐଶ୍ୱରିୟା ସାହାନାବାଗ। ପୋଲିସର ତଦନ୍ତ ଆରମ୍ଭ ।

ଖବର ଅନୁଯାୟୀ, GIZ କମ୍ପାନୀର ୱାଟର ରିଶୋର୍ସ କନଫରେନ୍ସରେ ଯୋଗ ଦେବା ପାଇଁ ମଙ୍ଗଳବାର ସେ କମ୍ପାନୀ କର୍ମଚାରୀଙ୍କ ସହ ପୁରୀ ଆସିଥିଲେ।‌ ହୋଟେଲ ରୁମ ନମ୍ବର ୧୧୧୧ ରେ ରାତିରେ ଚେକ୍ ଇନ୍ କରିଥିଲେ। ରାତିରେ କଲ ରିସିଭ ନ କରିବା ସହ କବାଟ ନ ଖୋଲିବାରୁ ସନ୍ଦେହ କରି ରୁମ ଖୋଲାଯିବା ପରେ ତାଙ୍କ ମୃତଦେହ ପଡିରହିଥିବା ଜଣାପଡିଥିଲା। ଖବର ପାଇ ଘଟଣାସ୍ଥଳରେ ସମୁଦ୍ର କୂଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.