ବାରିପଟୁ ମିଳିଲା ମହିଳାଙ୍କ ଅଧାପୋଡ଼ା ମୃତଦେହ, ପୁଅ ଅଟକ
1/01/2023 at 11:08 AM

ନିମାପଡ଼ା ୦୧।୦୧ : ଘର ବାରିପଟୁ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଠାବ । ପୁରୀ ଜିଲ୍ଲା ବଳଙ୍ଗା ଥାନା ଗୋପୀନାଥପୁର ପଞ୍ଚାୟତ ରଙ୍ଗଣିସାହିରେ ଘଟିଛି ଘଟଣା । ମୃତକ ସୁଲୋଚନା ସେନାପତି ବୋଲି ଜଣାପଡିଛି । ବଳଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ନିଜ ଘରର ବାରିପଟୁ ମହିଳାଙ୍କ ଅଧାପୋଡା ମୃତଦେହ ପଡିଥିବାର ଗାଁରେ ଲୋକେ ଦେଖିଥିଲେ । ଏହାପରେ ତୁରନ୍ତ ବଳଙ୍ଗା ପୋଲିସକୁ ଖବର ଦେଇଥିଲା । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହାସହ ମୃତ ମହିଳାଙ୍କ ପୁଅ ଧଡୁ ସେନାପତିଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ସେପଟେ ପିପିଲି ଏସ୍ଡିପିଓ ଘଟଣାସ୍ଥଳରେ ମଧ୍ୟ ପହଞ୍ଚିଛନ୍ତି । ଏପିରିକି ସାଇଣ୍ଟିଫିକ୍ ଟିମ୍କୁ ମଧ୍ୟ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଥମିକ ତଦନ୍ତ ରିପୋର୍ଟ ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ଗ୍ରାମବାସୀ ଆଶା ରଖିଛନ୍ତି ।