ଜଙ୍ଗଲରୁ ମିଳିଲା ବିବାହିତ ମହିଳାଙ୍କ ମୃତଦେହ, ଥାନାରେ ସ୍ୱାମୀ ଅଟକ

Published By : Prameya-News7 Bureau | May 17, 2022 IST

କଳାହାଣ୍ଡି ୧୭।୦୫:  ଜଙ୍ଗଲରୁ ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ନୁନ୍‌ ମାଠ୍‌ ପଞ୍ଚାୟଚ ଲମ୍ବଟି ଜଙ୍ଗଲରୁ ଠାବ ହୋଇଛି ମୃତଦେହ । ଯେଉଁ ଅବସ୍ଥାରେ ରେ ତାଙ୍କର ମୃତ ଦେହ ମିଳିଛି, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ତେବେ ମୃତ ମହିଳାଙ୍କ ପରିବାରର ଅଭିଯୋଗ ଅନୁଯାୟୀ,  ମହିଳାଙ୍କୁ ତାଙ୍କ  ସ୍ଵାମୀ ହତ୍ୟା କରିଛନ୍ତି । ବିବାହିତା ମହିଳା ଜଣକ ତାଙ୍କ  ସ୍ଵାମୀଙ୍କ ପ୍ରଥମ ସ୍ତ୍ରୀ । ପୂର୍ବରୁ ମଧ୍ୟ ଥରେ ମହିଳାଙ୍କୁ ନିର୍ଯାତନା ଦିଆଯାଇଥିଲା । ଯାହାଫଳରେ କି ସେ କିଛି ଦିନ ପାଇଁ ମା ଘରକୁ ଚାଲିଯାଇଥିବା କହିଛନ୍ତି ମୃତ ମହିଳାଙ୍କ ମା ଅଭିଯୋଗ କରିଛନ୍ତି । ମୃତ ମହିଳାଙ୍କ ସ୍ଵାମୀଙ୍କୁ ସନ୍ଦେହରେ କେସିଙ୍ଗା ପୋଲିସ ଅଟକ ରଖିଛି । କେସିଙ୍ଗା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ  ଶବ ଜବତ କରି ବ୍ୟବଚ୍ଛେଦ ପାଇଁ  ପଠାଯାଇଛି। ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.