ପୋଖରୀରେ ଭାସୁଛି ମହିଳାଙ୍କ ମୃତଦେହ, ଯୌତୁକ ପାଇଁ ହତ୍ୟା !
11/01/2023 at 1:48 PM

ଭଦ୍ରକ ୧୧।୦୧ : ଯୌତୁକ ପାଇଁ ହତ୍ୟା ଅଭିଯୋଗ । ହତ୍ୟା ପରେ ପୋଖରୀଙ୍କୁ ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ । ଭଦ୍ରକ ଜିଲ୍ଲା ତିହିଡି ଥାନା ସଦାନନ୍ଦପୁର ଗାଁରୁ ଆସିଛି ଏପରି ଦୁଃଖଦ ଘଟଣା ।
ଅଭିଯୋଗ ଅନୁସାରେ, ସଦାନନ୍ଦପୁର ଗାଁର ଶୋଭାବିନି ସାହାଡ଼ା ହରିପୁର ଠାରେ ବିବାହ କରିଥିଲେ। କିନ୍ତୁ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିଲା। ତେଣୁ ଏବେ ଝିଅକୁ ଶାଶୁ ଘର ଲୋକେ ହତ୍ୟା ପରେ ଗାଡିଆରେ ଫିଙ୍ଗି ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର । ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକେ ।
ସେପଟେ ଶାଶୁ ଘର ଲୋକଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏପିରିକି ପୋଲିସ ମଧ୍ୟ କିଛି କହିନାହିଁ । ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।