ରାଉରକେଲା ୧୦/୦୧: ଅଧା ରହିଗଲା ଇଚ୍ଛା । କେହି କିଛି ବୁଝିବା ପୂର୍ବରୁ ନିମିଷକେ ଚାଲିଗଲା ଜୀବନ । ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ । ମୃତ ମହିଳା ହୋମଗାର୍ଡ ନାଁ ଯୋହନି ତିର୍କୀ । ଘଟଣା ଘଟିଛି ରାଉରକେଲା ହନୁମାନ ବାଟିକା ନିକଟରେ ।
ସୂଚନା ଥାଉକି, ରାଉରକେଲାରେ ହକି ପୁରୁଷ ବିଶ୍ୱକପ୍ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ଅନେକ ପୋଲିସ କର୍ମଚାରୀଙ୍କ ସହ ସୁରକ୍ଷା ବାହିନୀ । ଏହି କାମରେ ଯୋଗଦେବାକୁ ଯାଉଥିଲେ ଜଣେ ମହିଳା ହୋମଗାର୍ଡ । ତେବେ ଡ୍ୟୁଟିରେ ଯୋଗଦେବାକୁ ଯାଉଥିବା ବେଳେ ହନୁମାନ ବାଟିକା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ ମହିଳା ହୋମଗାର୍ଡ ।
ହକି ଷ୍ଟାଡିୟମ୍ ଗେଟ ନମ୍ୱର୍ ରେ ୬ରେ ଥିଲା ଡ୍ୟୁଟି । ବନ୍ଧମୁଣ୍ଡାରୁ ଡ୍ୟୁଟି ପାଇଁ ଯାଉଥିବା ବେଳେ ଧକ୍କା ଦେଇଥିଲା ଟ୍ରକ୍ । ତେବେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।