କଂଗ୍ରେସ ଭବନରେ ମହିଳା କଂଗ୍ରେସର ସ୍ବାଭିମାନ ସଂକଳ୍ପ ସମାବେଶ
25/10/2018 at 11:17 AM

ଭୁବନେଶ୍ବର ୨୫|୧୦: ମହିଳା କଂଗ୍ରେସର ସ୍ବାଭିମାନ ସଂକଳ୍ପ ସମାବେଶ । କଂଗ୍ରେସ ଭବନରେ ଚାଲିଛି ସମାବେଶ । ରାଜ୍ୟ ମହିଳା କଂଗ୍ରେସ ଅଧ୍ୟକ୍ଷା ସୁମିତ୍ରା ଜେନାଙ୍କ ନେତୃତ୍ବରେ ଶତାଧିକ ମହିଳା ନେତ୍ରୀ ଏଥିରେ ସାମିଲ ହୋଇଛନ୍ତି । ମହିଳାଙ୍କ ଉପରେ ବଢୁଥିବା ଅତ୍ୟାଚାର, ଅପରାଧ, ହିଂସା, ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ଏହି ସମାବେଶ ଚାଲିଛି । ଅନ୍ୟ ଦାବି ମଧ୍ୟରେ ରହିଛି ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅପାରଗତାକୁ ନେଇ ରାଜ୍ୟ ମହିଳା କଂଗ୍ରେସ ଏହି ସ୍ବାଭିମାନ ସଂକଳ୍ପ ସମାବେଶ ଡାକରା ଦେଇଛି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023