ପୁଣି ଥରେ ପଡିଆକୁ ଓହ୍ଲାଇଛନ୍ତି ମହେନ୍ଦ୍ର ସିଂହ ଧୋନି

Published By : Prameya-News7 Bureau | February 26, 2020 IST

ରାଞ୍ଚି ୨୬।୦୨: କ୍ରିକେଟ୍‌ ଗ୍ରାଉଣ୍ଡକୁ ଫେରିଲେ ଧୋନି । କ୍ରିକେଟ ଠାରୁ ନିଜକୁ ଦୂରେଇ ରଖିଥିବା ମହେନ୍ଦ୍ର ସିଂହ ଧୋନି ପୁଣି ଥରେ ପଡିଆକୁ ଓହ୍ଲାଇଛନ୍ତି । ଝାଡକଣ୍ଡର କ୍ରିକେଟ ଆସୋସିଏସନ୍‌ର ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି ମାହି । ଆସନ୍ତା ମାସରେ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ତେବେ ଆଇପିଏଲ୍‌ ପୂର୍ବରୁ ଅଭ୍ୟାସ କରିବା ପାଇଁ ପଡିଆକୁ ଓହ୍ଲାଇଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ । ଗତବର୍ଷ ଇଂଲଣ୍ଡ ଅନୁଷ୍ଠିତ ହୋଇଥିବା ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିଥିଲେ । ବିଶ୍ବକପ୍‌ ପରେ କୌଣସି ମ୍ୟାଚ୍ ଖେଳିନାହାନ୍ତି ଧୋନି ।   

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଗତବର୍ଷ ଇଂଲଣ୍ଡରେ ଚାଲିଥିବା ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷଥର ପାଇଁ ମ୍ୟାଚ୍ ଖେଳିଥିଲେ । କ୍ରିକେଟ ଠାରୁ ନିଜକୁ ଦୂରେଇ ରଖିଥିବା ଧୋନି ଏବେ ଆଇପିଏଲ୍‌ରେ ନଜର ଆସିବେ । ଏବଂ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ମଙ୍ଗଳବାର ଦିନ ଧୋନି ନିଜର ଘରୋଇ ଗ୍ରାଉଣ୍ଡ ଝାଡଖଣ୍ଡ କ୍ରିକେଟ୍ ଷ୍ଟାଡିୟମ୍‌ରେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି ।  

ଆସନ୍ତା ମାସ ୨୯ତାରିଖରୁ ଆଇପିଏଲ୍‌  ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଧୋନି କ୍ରିକେଟ ଷ୍ଟାଡିୟମ୍‌ରେ ଖୁବ୍‌ ପରିଶ୍ରମ କରୁଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ଭାରତୀୟ ଦଳ ଠାରୁ ଦୂରରେ ରହିଥିବା ମାହୀଙ୍କ ପାଇଁ ଆସନ୍ତା ଆଇପିଏଲ୍‌ ବେଶ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି । ନିଜର ଆଲୋଚକଙ୍କ ମୁହଁ ବନ୍ଦ କରିବା ପାଇଁ ଧୋନିଙ୍କ ନିକଟରେ ଆଇପିଏଲ ଏକ ସୁଯୋଗ ବୋଲି କୁହାଯାଉଛି ।  

ନିଜର ଘରୋଇ ଗ୍ରାଉଣ୍ଡରେ ଧୋନି ପ୍ରାକ୍ଟିସ୍‌ ଆରମ୍ଭ କରିଦେଲେଣି । ନିଜ ଫିଟ୍‌ନେସ୍‌ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେଉଛନ୍ତି । ଜାନୁଆରୀ ମାସରେ ବିସିସିଆଇ ପକ୍ଷରୁ ଜାରି ହୋଇଥିବା ଚୁକ୍ତି ତାଲିକାରେ ଧୋନି ନାମ ଗାଏବ ଥିଲା । ନିଜର ଭବିଷ୍ୟ କ୍ରିକେଟକୁ ନେଇ ଆଲୋଚନା ଜାରି ରହିଥିବା ବେଳେ ରାଞ୍ଚି ଟିମ୍‌ ସହିତ ଏକ ଅଭ୍ୟାସ ମ୍ୟାଚ୍‌ ଖେଳିଥିଲେ । ଏହିପରି ଭାବେ ନିଜର ଆଗାମୀ ଆଇପିଏଲ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ମହେନ୍ଦ୍ର ସିଂହ ଧୋନି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.