ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ

Published By : Prameya-News7 Bureau | July 07, 2022 IST

ନୂଆଦିଲ୍ଲୀ ୦୭/୦୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗୁରୁବାର ୪୧ ବର୍ଷରେ ପାଦ ଦେଇଛନ୍ତି । ଏହି ଖାସ୍ ଅବସରରେ ତାଙ୍କୁ ଫ୍ୟାନ୍ସ ଓ ଫଲୋଅର୍ସମାନେ ଶୁଭେଚ୍ଛା ଜଣାଉଛନ୍ତି । କିନ୍ତୁ ଧୋନୀ ନିଜ ଜନ୍ମଦିନରେ କିଛି ଅଳଗା ଅନ୍ଦାଜରେ ନଜର ଆସିଛନ୍ତି ।

ଧୋନୀ ନିଜ ଜନ୍ମଦିନରେ ଇଂଲଣ୍ଡରେ ପହଁଚିଛନ୍ତି । ଏଠାରେ ସେ ଟେନିସ୍ ଗ୍ରାଣ୍ଡ୍ ସ୍ଲାମ୍ ଟୁର୍ଣ୍ଣାମେଣ୍ଟ ଓ୍ୱିମ୍ବଲଡନରେ ମ୍ୟାଚ୍ ଦେଖୁଥିବା ନଜର ଆସିଛି । ଧୋନୀ ମ୍ୟାଚ୍ ଦେଖୁଥିବାର ଅନେକ ଫଟୋ ସାମ୍ନାକୁ ଆସିଛି । ତା ଭିତରକୁ ଗୋଟିଏ ଫଟୋକୁ ଚେନ୍ନାଇ ସୁପର କିଙ୍ଗସ୍ ସେୟାର କରିଛି ।

wp:html
/wp:html

ମାହିଙ୍କ ଫଟୋକୁ ଓ୍ୱିମ୍ବଲଡନ୍ ଟୁର୍ଣ୍ଣାମେଣ୍ଟର ଅଫିସିଆଲ ମଧ୍ୟ ସେୟାର କରିଛନ୍ତି । ଏହାସହ କ୍ୟାପ୍ସନରେ ଲେଖାଯାଇଛି ଯେ, ଭାରତୀୟ ଆଇକନ୍ ମ୍ୟାଚ୍ ଦେଖିବାକୁ ଆସିଛନ୍ତି । ଏହି ପୋଷ୍ଟ ସହ ତ୍ରିରଙ୍ଗାର ଇମୋଜି ମଧ୍ୟ ପୋଷ୍ଟ୍ ହୋଇଛି ।

ଅବସର ନେଇ ସାରିଛନ୍ତି ମାହି

ଧୋନୀ ଅଗଷ୍ଟ ୧୫ ତାରିଖ ୨୦୨୦ ମସିହାରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିଥିଲେ । ସେ ଶେଷ ଥର ୨୦୧୯ ବିଶ୍ୱକପ୍ ସେମିଫାଇନାଲ ଖେଳିଥିଲେ । କିନ୍ତୁ ମାହି ଏବେବି ଆଇପିଏଲ ଖେଳୁଛନ୍ତି । ସେ ଗତ ସିଜିନରେ ଆଇପିଏଲ ଖେଳିଥିଲେ । ତେବେ ସେ ଚେନ୍ନାଇ ଟିମକୁ ଚାମ୍ପିଅନ୍ କରିବାରେ ବିଫଳ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.