କର୍ମୀଙ୍କ ବିଶ୍ବାସଘାତକତା ଯୋଗୁଁ ହାରିଲି ବୋଲି କହିଲେ ମହେଶ୍ବର ମହାନ୍ତି

Published By : Prameya-News7 Bureau | May 25, 2019 IST

ଭୁବନେଶ୍ବର୨୫|୫: କର୍ମୀଙ୍କ ବିଶ୍ବାସଘାତକତା ଯୋଗୁଁ ହାରିଲି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି । ପୁରୀ ବିଧାନସଭା ଆସନରୁ ଅତି କମ ଭୋଚରେ ବିଜେପିର ଜୟନ୍ତ ଷଡଙ୍ଗିଙ୍କଠାରୁ ପରାସ୍ତ ହେବାପରେ ମହେଶ୍ବର ମହାନ୍ତି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଚିଥିଲେ । ନବୀନଙ୍କୁ ଭେଟିବାପରେ ମହେଶ୍ବର କହିଛନ୍ତି ଯେ, ତାଙ୍କ ପରାଜୟ ପାଇଁ ମୁଖ୍ୟତଃ ତିନୋଟି କାରଣ ଦାୟୀ । ପ୍ରତମତଃ ସହକର୍ମୀଙ୍କ ସହଯୋଗର ଅଭାବ, ଦ୍ବିତୀୟରେ ପୁରୀରେ କଂଗ୍ରେସର ଖରାପ ପ୍ରାର୍ଥୀ  ଓ ତୃତୀୟରେ ହେଉଛି କର୍ମୀଙ୍କ ବିଶ୍ବାସଘାତକତା । ତାଙ୍କ ପରାଜୟ ପାଇଁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଥିବା ସୂଚନା ଦେଇଛନ୍ତି ମହେଶ୍ବର ।

ସୂଚନାଯୋଗ୍ୟ ପୁରୀରୁ ବିଜେଡି ପ୍ରାର୍ଥୀଭାବେ ବିଜୟଲାଭ କରିଥିବା ଜୟନ୍ତ ଷଡଙ୍ଗୀ ଦୀର୍ଘ ଦିନରୁ ମହେଶ୍ବରଙ୍କ ଶିଷ୍ୟଭାବେ ପରିଚିତ ଥିଲେ । ନିର୍ବାଚନ ଅବ୍ୟବିତ ପୂର୍ବରୁ ବିଜେଡିରେ ଯୋଗ ଦେଇ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.