suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମହେଶ ଭଟ୍ଟଙ୍କ ଠାରୁ ଆରମ୍ଭ କରି ଶାହରୁଖ୍‌ ଯାଏଁ, ନିଜ ପିଲାଙ୍କୁ ଲିପ୍‌କିସ୍‌ କରି ହେଲେ ଟ୍ରୋଲ୍‌

24/03/2023 at 2:46 PM

ମୁମ୍ଵାଇ ୨୪।୦୩: ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି। ଛୋଟ ବଡ ତାରକାକୁ ନେଇ ପରିଚିତ। ପ୍ରେମ ହେଉ ବା ଫ୍ୟାଶନ । କିଛି ନା କିଛି କାରଣକୁ ନେଇ ହୁଅନ୍ତି ଟ୍ରୋଲ । ଏମିତି କିଛି ବଲିଉଡ ତାରକା ଅଛନ୍ତି। ନିଜ ପିଲାମାନଙ୍କୁ ଲିପ୍‌ କିସ୍‌ ଦେଇ ଟ୍ରୋଲ ହୋଇଛନ୍ତି। କାହିଁକି ନା ପ୍ରତ୍ୟେକ ସେଲିବ୍ରିଟିଙ୍କ ପିଲା ତାଙ୍କ ପାଇଁ ଗେହ୍ଲା । ସେମାନେ ଅନେକ ଉପାୟରେ ପ୍ରେମ ଜତାଇ ଥାଆନ୍ତି। ଯେତେବେଳେ ସେଲିବ୍ରିଟିମାନେ ତାଙ୍କ ପିଲାମାନଙ୍କୁ ଲିପ୍‌ କିସ୍‌ ଦିଅନ୍ତି । ତାଙ୍କ ଫ୍ୟାନ୍ସଙ୍କ ଉପରେ ନେଗେଟିଭ୍‌ ପ୍ରଭାବ ପଡେ। ସେମାନଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଥାଏ। ଏହି ତାଲିକାରେ ଐଶ୍ୱର୍ଯ୍ୟା ରାୟ ଠାରୁ ଆରମ୍ଭ କରି ଶାହରୁଖ ଖାନଙ୍କ ଯାଏଁ। ସମସ୍ତଙ୍କ ନାମ ଯୋଡି ହୋଇଛି। ଆସନ୍ତୁ ଜାଣିବା ସେହି ତାରାମାନଙ୍କ ବିଷୟରେ । ଯେଉଁମାନେ ନିଜ ପିଲାମାନଙ୍କୁ କିସ୍‌ କରିବା ପଡିଥିଲା ମହଙ୍ଗା।  

ବଲିଉଡର ନୀଳ ନୟନା ତଥା ଅଭିନେତ୍ରୀ ଐଶ୍ଵର୍ଯ୍ୟା ରାୟ ବଚ୍ଚନ। ଝିଅ ଆରାଧ୍ୟା ସହ ଫଟୋ ସେୟାର କରନ୍ତି। ଇନଷ୍ଟାଗ୍ରାମରେ ଐଶ୍ଵର୍ଯ୍ୟା ଝିଅ ଆରାଧ୍ୟାଙ୍କୁ ଲିପ୍‌ କିସ୍‌ କରୁଥିବା ଏକ ଫଟୋ ସେୟାର କରିଥିଲେ। ଯାହାକୁ ନେଇ ଖୁବ୍‌ ଟ୍ରୋଲ୍‌ ହୋଇଥିଲେ। କମେଣ୍ଟରେ ଐଶ୍ୱର୍ଯ୍ୟାଙ୍କୁ ଲୋକମାନେ ବହୁତ କିଛି କହିଥିଲେ।

11 Celebrities Who Got Trolled For Kissing Their Kids: From Mahesh Bhatt To  Aishwarya Rai Bachchan

ମହେଶ ଭଟ୍ଟ-ପୂଜା ଭଟ୍ଟ । ବାପା-ଝିଅକୁ ନେଇ ଖୁବ୍‌ ଚର୍ଚ୍ଚା । ଏକ ମାଗାଜିନ ସୁଟିଂ ପାଇଁ ମହେଶ ଭଟ୍ଟ ତାଙ୍କର ୧୮ ବର୍ଷର ପୂଜାକୁ ଲିପ୍‌ କିସ୍‌ କରିଥିଲେ। ଯାହା ତାଙ୍କୁ ମହଙ୍ଗା ପଡିଥିଲା।  ଫଟୋ ସବୁଆଡେ ହଇଚଇ ସୃଷ୍ଟି କରିଥିଲା। ସେହି ସମୟରେ ପରଦାରେ କିସ୍ ଦେଖାଯାଇ ନଥିଲା । ଏହି ଘଟଣାକୁ ନେଇ ଖୁବ୍‌ ହୋଇଥିଲା ହଙ୍ଗମା।

ବଲିଉଡ୍‌ର ନବାବ୍‌ ସୈଫ୍‌ ଅଲ୍ଲି ଖାନ୍‌ । ପ୍ରାୟତଃ ସେ ନେଟେନିଜେନଙ୍କ ସମାଲୋଚନାର ଶିକାର ହୁଅନ୍ତି। ସୈଫ୍‌ ମଧ୍ୟ ତାଙ୍କ ଝିଅ ସାରାଙ୍କୁ କିସ୍‌ ଦେଇ ଚର୍ଚ୍ଚାକୁ ଆସିଥିଲେ। ପରେ ଫଟୋ ସାମ୍ନାକୁ ଆସିବା ପରେ ଅଭିନେତାଙ୍କୁ ଖୁବ୍‌ ଟ୍ରୋଲିଂର ସାମ୍ନା କରିବାକୁ ପଡିଥିଲା ​​। ଯେଁଥିପାଇଁ ତାଙ୍କ କ୍ୟାରିୟରରେ ନାନା ପ୍ରଶ୍ନ ଉଠାଯାଇଥିଲା।

Shah Rukh Khan trolled for kissing Abram on lips Aishwarya Salman Saif Mahesh  Bhatt trolled for smooching kids | SRK से लेकर Aishwarya Rai तक, बच्चों को किस  करने के लिए बुरी

ବଲିଉଡ୍‌ର ବାଦଶାହ ଶାହାରୁଖ । ଏହି ତାଲିକାରେ ଶାହାରୁଖଙ୍କ ନାମ ମଧ୍ୟ ସାମିଲ୍‌ ହୋଇଛି। ଶାହରୁଖ ଖାନଙ୍କ ପୁଅ ଅବରାମକୁ ଲିପ୍‌ କିସ୍‌ କରିଥିଲେ। ଯାହାର ଫଟୋ ଖୁବ୍‌ ଭାଇରାଲ ହୋଇଥିଲା। ଏହି କାରଣରୁ ବହୁତ ହଙ୍ଗାମା ସୃଷ୍ଟି ହୋଇଥିଲା। ତାଙ୍କ ଫ୍ୟାନ୍ସ ମଧ୍ୟ ଟ୍ରୋଲ କରିବାରେ ପଛାଇ ନଥିଲେ।

ସଲମାନ ଖାନ୍‌ ମଧ୍ୟ ଏଥିରେ ସାମିଲ୍‌। ଆପଣ ନିଶ୍ଚୟ ଭାବୁଥିବେ ସଲମାନଙ୍କର ନିଜର ସନ୍ତାନ ନାହାଁନ୍ତି, ତେବେ ସେ କିପରି ଏହି ତାଲିକାର ଏକ ଅଂଶ ହୋଇଗଲେ? ବାସ୍ତବରେ, ସଲମାନ ତାଙ୍କ ଭଣଜାକୁ କିସ୍‌ ଦେଇଥିଲେ । ଯାହା ତାଙ୍କୁ ମହଙ୍ଗା ପଡିଥିଲା। ଏହାର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଥିଲା । ଯେଉଁଥିରେ ସଲମାନ ଆୟତଙ୍କୁ ଓଠରେ କିସ୍‌ କରୁଥିବା ଦେଖିବାକୁ ମିଳିଥିଲା।

Salman Khan dotes on baby niece Ayat with Kisses | DESIblitz

   Related Posts