ମହେଶ ଭଟ୍ଟଙ୍କର ହେଲା ହାର୍ଟ ସର୍ଜରୀ, ହେଲଥ ଅପଡେଟ୍‌ ଦେଲେ ପୁଅ ରାହୁଲ

Published By : Prameya-News7 Bureau | January 20, 2023 IST

ମୁମ୍ଵାଇ ୨୦।୦୧: ଆଲିଆ ଭଟ୍ଟଙ୍କ ପିତା ତଥା ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଟିକେ ବିଗିଡି ଯାଇଛି। ଖବର ଅନୁଯାୟୀ, କିଛି ଦିନ ପୂର୍ବରୁ ମହେଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । ଏଥିପାଇଁ ତାଙ୍କୁ ତୁରନ୍ତ  ଡାକ୍ତରଖାନା ନିଆଯାଇଥିଲା। ଯେଉଁଠାରେ ଡାକ୍ତରମାନେ ଏଞ୍ଜିଓପ୍ଲାଷ୍ଟି ପାଇଁ ପରାମର୍ଶ ଦେଇଥିଲେ। ରିପୋର୍ଟ ଅନୁଯାୟୀ, ମହେଶ ଭଟ୍ଟଙ୍କ ହାର୍ଟ ଅସ୍ତ୍ରୋପଚାର ମୁମ୍ବାଇରେ କରାଯାଇଛି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମହେଶ ଭଟ୍ଟଙ୍କ ପୁଅ ରାହୁଲ ଭଟ୍ଟ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ସେୟାର କରିଛନ୍ତି। ରାହୁଲ କହିଛନ୍ତି ଯେ ମହେଶ ଭଟ୍ଟଙ୍କୁ ଚାରି ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କର ଏଞ୍ଜିଓପ୍ଲାଷ୍ଟି ଅପରେନ୍‌ କରାଯାଇଥିଲା। ପିତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ସେୟାର କରିବା ବେଳେ ରାହୁଲ କହିଛନ୍ତି ଯେ ମହେଶ ଭଟ୍ଟ ଅସ୍ତ୍ରୋପଚାର ପରେ ଘରକୁ ଆସିଛନ୍ତି ଏବଂ ବର୍ତ୍ତମାନ ଭଲ ଅଛନ୍ତି।

ଡାକ୍ତରଖାନାରେ ଅନେକ ଲୋକଙ୍କୁ ଅନୁମତି ଦିଆଯାଇ ନ ଥିବାରୁ ମୁଁ ଆପଣଙ୍କୁ ଅଧିକ କିଛି କହି ପାରି ନଥିଲି । ରାହୁଲ ମହେଶଙ୍କ ସ୍ୱାସ୍ଥ୍ୟ ସୂଚନା ସେୟାର କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ପତ୍ନୀ ସୋନି ରଜଦାନ କିମ୍ବା ଝିଅ ଆଲିଆ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.