ଚତୁର୍ଥ ଥର ବିବାହ କରିବେ ମହେଶ ବାବୁଙ୍କ ଭାଇ ନରେଶ, ସେୟାର କଲେ ଭିଡିଓ…

Published By : Prameya-News7 Bureau | January 02, 2023 IST

ମୁମ୍ଵାଇ ୦୨।୦୧: ସାଉଥ ସୁପରଷ୍ଟାର ମହେଶ ବାବୁ। ତାଙ୍କ ସାବତ ଭାଇ ନରେଶ ବାବୁ । ବର୍ତ୍ତମାନ ସେ ଚତୁର୍ଥ ଥର ବିବାହ କରିବାକୁ ଯାଉଛନ୍ତି। ନରେଶ ବାବୁ ନୂଆ ବର୍ଷ ଅବସରରେ ତାଙ୍କ ମିଷ୍ଟ୍ରି ଗର୍ଲଫ୍ରେଣ୍ଡ ପବିତ୍ରା ଲୋକେଶଙ୍କ ସହ ବିବାହ କରିବାକୁ ଘୋଷଣା କରିଛନ୍ତି। ପବିତ୍ରାକୁ ଚୁମ୍ବନ ଦେଉଥିବା ବେଳେ ନରେଶ ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରିଛନ୍ତି। ସୁପରଷ୍ଟାର ମହେଶ ବାବୁଙ୍କ ସାବତ ଭାଇଙ୍କ ଚତୁର୍ଥ ବିବାହ ବିଷୟରେ ଜାଣିବା ପରେ ନେଟେନିଜେନମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ନରେଶ ବାବୁଙ୍କୁ ବିବାହ ପାଇଁ ଶୁଭେଚ୍ଛା ଜଣାଇବା ସହିତ ଲୋକମାନେ ତାଙ୍କୁ ଟ୍ରୋଲ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି।

wp:html /wp:html

ନରେଶ ବାବୁ ଭିଡିଓ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଠାରେ ସେ ଏବଂ ପବିତ୍ରା ଏକ ରୋମାଣ୍ଟିକ ସେଟଅପ୍ ରେ ନଜର ଆସିଛନ୍ତି। ଚକୋଲେଟ୍ କେକ୍ ଠାରୁ ଆରମ୍ଭ କରି ହାତରେ ଗ୍ଲାସ୍ ଧରିବା ପର୍ଯ୍ୟନ୍ତ ଉଭୟ ଏକ ସ୍ପେଶାଲ ଢଙ୍ଗରେ ବିବାହ ଘୋଷଣା କରିଛନ୍ତି । ଚତୁର୍ଥ ଥର ପାଇଁ ବିବାହ କରିବା ଘୋଷଣା କରିବା ପରେ ନେଟଜିନମାନଙ୍କୁ ସକ୍ରିୟ କରିଛି, ଲୋକମାନେ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ଜୋରଦାରଟ୍ରୋଲ ମଧ୍ୟ କରୁଛନ୍ତି।

ମହେଶ ବାବୁଙ୍କ ଭାଇ ନରେଶ ବାବୁ ମଧ୍ୟ ଦକ୍ଷିଣ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତା। ନରେଶ ଏପର୍ଯ୍ୟନ୍ତ ପ୍ରାୟ ୨୦୦ ଚଳଚ୍ଚିତ୍ରରେ କାମ କରିଛନ୍ତି। ନରେଶଙ୍କ ପ୍ରେମ ଜୀବନ ଇଣ୍ଡଷ୍ଟ୍ରିରେ ସବୁଠାରୁ ଲୋକପ୍ରିୟ ପ୍ରେମ ଜୀବନ ହୋଇଛି। ଅଭିନେତା ଏପର୍ଯ୍ୟନ୍ତ ତିନୋଟି ବିବାହ କରିଛନ୍ତି। ବର୍ତ୍ତମାନ ସେ ଚତୁର୍ଥ ଥର ବିବାହ କରିବାକୁ ଯାଉଛନ୍ତି। ଅଭିନେତାଙ୍କ ଭାବି ପତ୍ନୀ ପବିତ୍ରା ଲୋକେଶ ଜଣେ କନ୍ନଡ ଅଭିନେତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.