'ପୁଷ୍ପା'କୁ ଟକ୍କର ଦେଉଛି ମହେଶ ବାବୁଙ୍କ ଫିଲ୍ମ SVP, ୨୦୦ କୋଟି କ୍ଲବରେ ହେଲା ସାମିଲ୍‌

Published By : Prameya-News7 Bureau | May 26, 2022 IST

ମୁମ୍ୱାଇ ୨୬।୦୫ :ମହେଶ ବାବୁ ଏବଂ କିର୍ତ୍ତୀ ସୁରେଶଙ୍କ ଅଭିନୀତ ତେଲୁଗୁ ଚଳଚ୍ଚିତ୍ର 'ସରକାରୁ ବାରୀ ପାଟା' ବକ୍ସ ଅଫିସରେ ଧମାଲ କରୁଛି। ଫିଲ୍ମଟି ଦ୍ରୁତ ଗତିରେ ବକ୍ସ ଅଫିସ୍‌ରେ ଭଲ କଲେକ୍ସନ କରୁଛି । ବର୍ତ୍ତମାନ ଏହା ୨୦୦ କୋଟି କ୍ଲବରେ ସାମିଲ୍‌ ହୋଇଛି। ଏପର୍ଯ୍ୟନ୍ତ ପ୍ରଶଂସକମାନେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ 'ପୁଷ୍ପା: ଦି ରାଇଜ୍' କୁ ଭୁଲି ନାହାନ୍ତି।  ଏଭଳି ପରିସ୍ଥିତିରେ ଏବେ ମନରେ ଆସିଛି କି, 'ସରକାରୁ ଭାରି ପାଟା' ୧୨ ଦିନରେ 'ପୁଷ୍ପାକୁ ପରାସ୍ତ କରିଛି କି?

୨୦୦ କୋଟି କ୍ଲବ୍‌ରେ ସାମିଲ୍‌ ହେଲା ଏସ୍‌ଭିପି

ଏହି ଫିଲ୍ମଟି ତାର ଅଫିସିଆଲ୍ ଆକାଉଣ୍ଟ୍‌ରେ କୁହାଯାଇଛି କି ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପାଇଁ ୨୦୨୨ର ସର୍ବାଧିକ ଆୟକାରୀ ଫିଲ୍ମ ଭାବରେ ନାମିତ ହୋଇଛି। ଏହି ଟୁଇଟ୍‌ରେ ଲେଖା ହୋଇଥିଲା କି, 'ମହେଶା ବାବୁଙ୍କ ସ୍ଵାଗ ଜାରି ରହିଛି ... ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ବ୍ଲକ୍ବଷ୍ଟର ସରକାରୁ ବାରୀ ପାଟା ୨୦୨୨ର ସବୁଠୁ ବଡ କଲେକ୍ସନ କରିଥିବା ଫିଲ୍ମ ଭାବରେ ପରିଣତ ହୋଇଛି। ଏହି ଫିଲ୍ମଟି ଏବେ ୨୦୦ କୋଟିରୁ ଅଧିକ ରୋଜଗାର କରିଛି ଏବଂ ଆଗକୁ ଆହୁରି ରୋଜଗାର ଜାରି ରଖିଛି ।

wp:html /wp:html

ମିଡିଆ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଫିଲ୍ମଟି ସାରା ବିଶ୍ବରେ ୨୦୦କୋଟି ଅତିକ୍ରମ କରିଛି । ଏହି ଫିଲ୍ମ ପ୍ରଥମ ସପ୍ତାହରେ ୧୬୬.୮୨ କୋଟି ଟଙ୍କା ସଂଗ୍ରହ କରିଥିଲା। ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ୫.୨୨ କୋଟି ଟଙ୍କା, ଦ୍ୱିତୀୟ ଦିନରେ ୭.୧୦ କୋଟି ଟଙ୍କା, ତୃତୀୟ ଦିନରେ ୭.୬୭ କୋଟି ଟଙ୍କା, ଚତୁର୍ଥ ଦିନରେ ୪.୦୩ କୋଟି ଟଙ୍କା କଲେକ୍ସନ କରାଯାଇଛି। ଅର୍ଥାତ୍ ୧୨ ଦିନ ପର୍ଯ୍ୟନ୍ତ ଚଳଚ୍ଚିତ୍ରର ମୋଟ ସଂଗ୍ରହ ୧୯୦.୮୪ କୋଟି ଟଙ୍କା କରିଛି।

wp:html /wp:html

କହିବାକୁ ଗଲେ ମହେଶ ବାବୁଙ୍କୁ ଶେଷ ଥର ପାଇଁ ଫିଲ୍ମ 'ସରିଲେରୁ ନୀକେଭାରୁ'ରେ ଦେଖିବାକୁ ମିଳିଥିଲା, ଯାହାକି ଏକ ବ୍ଲକବଷ୍ଟର ହୋଇଥିଲା । ତାହା ସାର ବିଶ୍ଵରେ ତଥା ବକ୍ସ ଅଫିସରେ ୨୬୦ କୋଟି ରୋଜଗାର କରିଥିଲା ​​। ଅନ୍ୟପଟେ  କିର୍ତ୍ତୀ ସୁରେଶଙ୍କ ବିଷୟରେ କହିବାକୁ ଗଲେ ତାଙ୍କର ଶେଷ କିଛି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.