କ୍ରିକେଟ୍‌ରୁ ସନ୍ୟାସ ନେବା ପରେ ବିଜେପିରେ ଯୋଗଦେବେ ମହେନ୍ଦ୍ର ସିଂହ ଧୋନୀ !

Published By : Prameya-News7 Bureau | July 12, 2019 IST

ନୂଆଦିଲ୍ଲୀ ୧୨|୭: ଚଳିତ ବିଶ୍ବକପ୍ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ୧୮ରନ୍ ରେ ପରାସ୍ତ ହୋଇ ବିଶ୍ବକପ୍ ରୁ ବାହାରିଯାଇଛି ଭାରତୀୟ ଦଳ । ବିଶ୍ବକପ୍ ରୁ ଭାରତ ବାହାରି ଯିବା ପରେ କ୍ରିକେଟ୍ ପ୍ରେମୀ ନିରାଶ ହୋଇଛନ୍ତି । ସେମିଫାଇନାଲରେ ଯେତେବେଳେ ଭାରତ ମାତ୍ର ୭୫ ରନ୍ ରେ ୫ ଓ୍ବିକେଟ୍ ହରାଇସାରିଥିଲା ସେତେବେଳେ ଦେଶର ଅର୍ଦ୍ଧାଧିକ ଲୋକ ନିଜ ଘରେ ଟିଭି ବନ୍ଦ କରିଦେଇଥିଲେ ।

{"id":132845}

ମାତ୍ର ରବୀନ୍ଦ୍ର ଜାଡେଜା ଏବଂ ମହେନ୍ଦ୍ର ସିଂ ଧୋନୀ ମ୍ୟାଚ୍ କୁ ଶେଷ ଓଭର ପର୍ଯ୍ୟନ୍ତ ନେବାରେ ସହାୟକ ହୋଇଥିଲେ । ମାତ୍ର ଧୋନୀ ରନ୍‌ ଆଉଟ୍ ହେବା ପରେ ଭାରତୀୟମାନଙ୍କର ସବୁ ଆଶା ମଉଳିଯାଇଥିଲା । ରନ୍ ହୋଇ ଯେତେବେଳେ ଧୋନୀ ପାଭେଲିୟନ ଫେରୁଥିଲେ ସେତେବେଳେ ତାଙ୍କ ମୁହଁରେ ନିରାଶ, ରାଗ ଏବଂ ହତାଶ ଦେଖିବାକୁ ମିଳିଥିଲା ।

{"id":132848}

ଧୋନୀଙ୍କ ଫ୍ୟାନ୍ ଙ୍କୁ ଲାଗିଥିଲା ସେମାନେ ଆଉ କେବେ ଧୋନୀଙ୍କୁ ଭାରତର ନୀଳ ଜର୍ସିରେ ଦେଖିବାକୁ ପାଇବେନାହିଁ । ଏହିସବୁ ଭିତରେ ଏନେଇ ଚର୍ଚ୍ଚା ଜୋର ଧରିଛି ଯେ ବିଶ୍ବକପ୍ ପରେ ଧୋନୀ କ୍ରିକେଟ୍ ରୁ ସନ୍ୟାସ ନେଇ ଘୋଷଣା କରିପାରନ୍ତି । କେବଳ ଏତିକି ନୁହେଁ ମିଡିଆ ରିପୋର୍ଟ ଅନୁସାରେ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରିକେଟ୍ ରୁ ସନ୍ୟାନ ନେବା ପରେ ବିଜେପିରେ ଯୋଗଦେଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

{"id":132847}

ରିପୋର୍ଟ ଅନୁସାରେ ବିହାର ବିଜେପିର ଜଣେ ବରିଷ୍ଠ ନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଞ୍ଜୟ ପାଶଓ୍ବାନ କହିଛନ୍ତି ଯେ ମହେନ୍ଦ୍ର ସିଂ ଧୋନୀ ବିଜେପିର ସଦସ୍ୟତା ଗ୍ରହଣ କରନ୍ତୁ । ଏଥିପାଇଁ ତାଙ୍କ ସହ କେତେଥର ଆଲୋଚନା ମଧ୍ୟ କରାଯାଇସାରିଛି । ଖୁବ୍ ଶୀଘ୍ର ଔପଚାରିକ ଭାବେ ଏ ନେଇ ଘୋଷଣା ମଧ୍ୟ ହୋଇପାରେ ।

{"id":132850}

ସୂଚନାଯୋଗ୍ୟ ଯେ, ବିଜେପିର ଜନସଂପର୍କ ଅଭିଯାନ ସମୟରେ ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହା ମହେନ୍ଦ୍ର ସିଂ ଧୋନୀଙ୍କୁ ଭେଟିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଞ୍ଜୟ ପାଶଓ୍ବାନ କହିଛନ୍ତି ଯେ, ଦେଶର ଯେକୌଣସି କ୍ଷେତ୍ରରେ ଯେଉଁ ମାନେ ରୋଲ୍ ମଡେଲ ଅଛନ୍ତି ସେମାନଙ୍କୁ ବିଜେପିରେ ସାମିଲ କରାଯିବା ନେଇ ପ୍ରୟାସ କରାଯାଉଛି । ଧୋନୀ କେବଳ ଦେଶ ନୁହେଁ ବରଂ ସମଗ୍ର ବିଶ୍ବର ଜଣେ ଲୋକପ୍ରିୟ କ୍ରିକେଟର । ଯଦି ସେ ବିଜେପିରେ ସାମିଲ ହେଉଛନ୍ତି ତେବେ ଏହା ଦଳ ପାଇଁ ଗୌରବର ବିଷୟ । ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଚର୍ଚ୍ଚା ଚାଲିଛି । ମାତ୍ର ମହେନ୍ଦ୍ର ସିଂ ଧୋନୀ ଏନେଇ କଣ ନିଷ୍ପତ୍ତି ନେଉଛନ୍ତି ତାହା ସ୍ପଷ୍ଟ କରିନାହାନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.