ସାଉଥ୍‌ ସିନେ ଇଣ୍ଡଷ୍ଟ୍ରିରେ MS Dhoniଙ୍କ ଏଣ୍ଟ୍ରି ! ଏହି ୨ ଷ୍ଟାରଙ୍କ ସହ କରିବେ ଫିଲ୍ମ

Published By : Prameya-News7 Bureau | October 16, 2022 IST

ମୁମ୍ବାଇ ୧୬।୧୦: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ କ୍ୟାପଟେନ୍‌ ମହେନ୍ଦ୍ର ସିଂ ଧୋନୀ। ତାଙ୍କ ଫ୍ୟାନ୍ସ ଫଲୋର୍ସ ଖୁବ୍‌ ଅଧିକ । ତାଙ୍କ ପର୍ସନାଲ ଲାଇଫ୍‌ ଠାରୁ ପ୍ରଫେସନାଲ ବିଷୟରେ ଜାଣିବାକୁ ଖୁବ୍‌ ଆଗ୍ରହୀ ଥାନ୍ତି ଫ୍ୟାନ୍ସ । ସୋସିଆଲ୍‌ ମିଡିଆରେ ଧୋନୀ ଫଟୋ ଏବ ଭିଡିଓ ସବୁବେଳେ ଭାଇରାଲ୍‌ ହୋଇଥାଏ । ଧୋନୀ ପ୍ରାୟତଃ ସମୟ ତାଙ୍କ ଝିଅ ଓ ପତ୍ନୀ ଉପରେ ପ୍ରେମ ବର୍ଷା କରିଥାନ୍ତି। ହେଲେ ବର୍ତ୍ତମାନ ତାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହା ବିଷୟରେ ଜାଣି ସିନେ ଲଭର୍ସମାନେ ଖୁସି ହୋଇଯିବେ ।

ମିଡିଆ ରିପୋର୍ଟସ୍‌ ଅନୁଯାୟୀ ମହେନ୍ଦ୍ର ସିଂ ଧୋନୀ  ଖୁବ୍‌ ଶୀଘ୍ର ସିନେ ଜଗତରେ ପାଦ ଦେବାକୁ ଯାଉଛନ୍ତି। କୁହାଯାଉଛି କି ସାଉଥ୍‌ ଇଣ୍ଡଷ୍ଟ୍ରିରୁ ପ୍ରଥମେ ଡେବ୍ୟୁ କରିବେ । ପ୍ରଥମେ ପ୍ରୋଜେକ୍ଟରେ ସୁପରଷ୍ଟାର ଥଲାପଥି ବିଜୟ ଓ ମହେଶ ବାବୁଙ୍କ ସହ ହାତ ମିଳାଇଛନ୍ତି। ଧୋନୀ ତାଙ୍କ ଫିଲ୍ମ ପାଇଁ ମଲାୟଲମ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ପୃଥୀରାଜ୍‌ ସୁକୁମାରନ ଓ କନ୍ନଡ ଇଣ୍ଡଷ୍ଟ୍ରିର କିଚ୍ଚା ସୁଦୀପକୁ କାଷ୍ଟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି।

କହିବାକୁ ଗଲେ ଧୋନୀଙ୍କର ଏକ ପ୍ରଡକସନ୍‌ ହାଉସ୍‌ ଅଛି । ଯାହାର ନାମ ଏମଏସ୍‌ ଧୋନୀ ଏଣ୍ଟରଟେନମେଣ୍ଟ୍‌ । ଏହି ପ୍ରଡକସନ୍‌ ହାଉସ୍ ଧୋନୀଙ୍କ ସହ ପତ୍ନୀ ସାକ୍ଷୀ ମଧ୍ୟ ସମ୍ଭାଳୁଛନ୍ତି।  କୁହାଯାଉଛି କି ଏହାର ନୂଆ ଅଫିସ୍‌ ଚେନ୍ନାଇରେ କରାଯାଉଛି । ଏହି ପ୍ରଡକସନ୍‌ ହାଉସ୍‌ରେ ରୋର୍‌ ଅଫ୍‌ ଲାୟନ୍‌, ଦ ହିଡନ୍‌ ହିନ୍ଦୁ ଓ ବ୍ଲେଜ୍‌ ଟୁ ଗ୍ଲୋରୀ ଭଳି ତିନୋଟି ଛୋଟ ବଜେଟ୍‌ ଫିଲ୍ମ ହୋଇ ସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.