Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସରିଲା ଧୋନୀଙ୍କ ଆଣ୍ଠୁ ସର୍ଜରୀ, ଆହତ ଥାଇ ବି ଖେଳିଥିଲେ ଆଇପିଏଲ

1/06/2023 at 7:43 PM

ମୁମ୍ବାଇ ୦୧/ ୦୬: ଚେନ୍ନାଇ ସୁପର୍‌ କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସର୍ଜରୀ ହୋଇଛି । ଆଣ୍ଠୁରେ ଲାଗିଥିବା ଏକ ଆଘାତ ଯୋଗୁଁ ତାଙ୍କୁ ଏହି ସର୍ଜରୀ କରିବାକୁ ପଡ଼ିଛି। ଆଇପିଏଲ ସମୟରେ ମଧ୍ୟ ଆହତ ଥାଇ ବି ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ ଏବଂ ଦଳକୁ ଚାମ୍ପିୟନ କରାଇଥିଲେ। ତେବେ ଗୁରୁବାର ସକାଳେ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲରେ ମାହିଙ୍କ ଆଣ୍ଠୁ ସର୍ଜରୀ ସଫଳତାର ସହ ଶେଷ ହୋଇଥିବା ଜଣାପଡିଛି । ଅବଶ୍ୟ ଏନେଇ ଅଧିକାରୀକ ଭାବେ କୌଣସି ସୂଚନା ଦିଆଯାଇନାହିଁ।

ସୂଚନାଥାଉକି, ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳାଯାଇଥିବା ଉଦଘାଟନୀ ମ୍ୟାଚ୍‌ରେ ଆହତ ହୋଇଥିଲେ ମହେନ୍ଦ୍ର ସିଂହ ଧୋନୀ । ମ୍ୟାଚରେ ୧୯ତମ ଓଭରରେ ଡାଇଭ୍‌ ମାରି ବଲ ଧରିବାକୁ ଚେଷ୍ଟା କରୁଥିବାବେଳେ ଆଣ୍ଠୁରେ ଆଘାତ ଲାଗିଥିଲା। ତଥାପି ସେ ଖେଳ ଜାରି ରଖିଥିଲେ । ପରବର୍ତ୍ତୀ ମ୍ୟାଚ୍‌ଗୁଡିକ ମଧ୍ୟ ଖେଳିଥିଲେ ।

ଆହୁରି ପଢ଼ନ୍ତୁ: WTC 2023 Finalରେ କେଉଁମାନେ ହୋଇପାରନ୍ତି ଟିମ୍ ଇଣ୍ଡିଆ ପାଇଁ ବିଜୟର ସାରଥି, ପଣ୍ଟିଂ କହିଲେ ନାଁ

ସୂଚନା ଅନୁଯାୟୀ, କୋକିଲାବେନ୍‌ ହସ୍ପିଟାଲର ବରିଷ୍ଠ ସର୍ଜନ୍‌ ଡାକ୍ତର ଦୀନ୍‌ଶ ପାର୍ଡିଓ୍ବାଲା, ମହେନ୍ଦ୍ର ସିଂହ ଧୋନୀଙ୍କ ଆଣ୍ଠୁ ସର୍ଜରୀ କରିଛନ୍ତି। ଡାକ୍ତର ପାର୍ଡିଓ୍ବାଲା ପୂର୍ବରୁ ଋଷଭ ପନ୍ତଙ୍କ ସର୍ଜରୀ ମଧ୍ୟ କରିଥିଲେ । କେବଳ ଧୋନୀ କି ପନ୍ତ ନୁହନ୍ତି, ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସର୍ଜରୀ ମଧ୍ୟ ଡାକ୍ତର ଦୀନ୍‌ଶ ପାର୍ଡିଓ୍ବାଲା କରିଥିଲେ ।

୨୦୨୩ ଆଇପିଏଲ ସିଜିନରେ ଧୋନୀ ମୋଟ ୧୬ଟି ମ୍ୟାଚ୍‌ ଖେଳିଥିବା ବେଳେ ୨୬.୦୦ ହାରରେ ୧୮୨.୪୬ ଷ୍ଟ୍ରାଇକ୍‌ ରେଟ୍‌ ସହ ୧୦୪ ରନ୍‌ କରିଥିଲେ । ଯେଉଁଥିରେ ୧୦ଟି ଛକା ଓ ୭ଟି ଚୌକା ସାମିଲ ଥିଲା ।

ଆହୁରି ପଢ଼ନ୍ତୁ: IPL ୧୦ ଟିମ୍‌ଙ୍କ ମାଲିକ କିଏ ? କେତେ ସମ୍ପତ୍ତିର ମାଲିକ ସମସ୍ତ ଟିମ୍

   Related Posts