କାନାଡାରେ ପୁଣି ଭଙ୍ଗା ଗଲା ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି, ନିନ୍ଦା କଲେ ଭାରତୀୟ ଦୂତାବାସ

Published By : Prameya-News7 Bureau | March 28, 2023 IST

ଟୋରଣ୍ଟୋ ୨୮।୩: କାନାଡା ବର୍ଣ୍ଣବାଇର ଏକ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତିକୁ ଦୁର୍ବୃତ୍ତ ଭଙ୍ଗାରୁଜା କରିଛନ୍ତି। ଭାଙ୍କୋଭରସ୍ଥିତ ମହାବାଣିଜ୍ୟ ଦୂତାବାସ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ପ୍ରତିମାଟି ସାଇମନ ଫ୍ରେଜର ୟୁନିଭର୍ସିଟି  ବନାର୍ବି ପରିସରର ପିସ୍‌ ସ୍କୋୟାରରେ ରଖା ଯାଇଥିଲା। ଏ ନେଇ ମହାବାଣିଜ୍ୟ ଦୂତାବାସ ଟ୍ୱିଟ୍‌ କରି ମହାତ୍ମା ଗାନ୍ଧିଙ୍କ ପ୍ରତିମା ଭଙ୍ଗାରୁଜା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ମାମଲାର ତୁରନ୍ତ ତଦନ୍ତ ଦାବି କରିବା ସହ ଘଟଣାରେ ଜଡିତ ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦୂତାବାସ ଦାବି କରିଛନ୍ତି। 

wp:html /wp:html

ଏହା ପୂର୍ବରୁ ମାର୍ଚ୍ଚ ୨୩ ତାରିଖ ଦିନ କାନାଡା ଅଣ୍ଟାରିଓ ପ୍ରାନ୍ତ ହେମିଲ୍ଟନ ସହରର ସିଟି ହଲ ନିକଟରେ ଥିବା ଏକ ମହାତ୍ମାଗାନ୍ଧିଙ୍କ ମୂର୍ତ୍ତିକୁ ଖାଲିସ୍ତାନୀ ସମର୍ଥକ ସ୍ପ୍ରେପେଣ୍ଟ କରି ବିରୂପ କରିଥିଲେ। ଏହି ଘଟଣା ପରେ ବର୍ଣ୍ଣବାଇରେ ଘଟିଥିବା ଘଟଣାକୁ ଦୂତାବାସ ବାସ୍ତବିକ ଚିନ୍ତାଜନକ ବୋଲି କହିଛନ୍ତି। ଗତବର୍ଷ ଜୁଲାଇ ମାସରେ କାନାଡା ରିଚମଣ୍ଡ ହିଲରେ ଥିବା ବିଷ୍ଣୁ ମନ୍ଦିର ନିକଟରେ ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଥିଲା। ସେତେବେଳେ ଘଟଣାକୁ ଟରୋଣ୍ଟରେ ଥିବା ମହାବାଣିଜ୍ୟ ଦୂତାବାସ ଦୃଢ ନିନ୍ଦା କରିଥିଲେ।

{"id":764655,"width":840,"height":631,"sizeSlug":"full","linkDestination":"none"}

କାନାଡାରେ ଖାଲିସ୍ତାନୀ ସମର୍ଥକଙ୍କ ଦ୍ୱାରା ଭାରତ ବିରୋଧୀ ଗତିବିଦ୍ଧି ଏବେ ବେଶ୍ ବୃଦ୍ଧି ପାଇଛି। ଯେଉଁଥିରେ କେବଳ ଗାନ୍ଧିଙ୍କ ମୂର୍ତ୍ତି ନୁହେଁ ହିନ୍ଦୁ ମନ୍ଦିରରେ ମଧ୍ୟ ଭଙ୍ଗାରୁଜା ହେଉଥିବାର ଦେଖାଯାଇଛି। ମିସିସାଗାରେ ଏକ ରାମ ମନ୍ଦିରକୁ ଖଲିସ୍ତାନୀ ଚରମପନ୍ଥୀମାନେ ଫେବୃଆରୀ ୧୩ ତାରିଖ ଦିନ ଭାରତ ବିରୋଧୀ ଚିତ୍ର ସହ ବିରୁପ କରିଥିଲେ। ସେତେବେଳେ ମଧ୍ୟ ଟରଣ୍ଟୋସ୍ଥିତ ମହାବାଣିଜ୍ୟ ଦୂତାବାସ ଘଟଣାର ତୀବ୍ର ନିନ୍ଦା କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.